କୁହୁଡ଼ି ନେଇ ୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ;ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ କୌଣସି ସୂଚନା ନାହିଁ।
ରାଜ୍ୟରୁ ଅପସରିଗଲା ବାତ୍ୟା ଆକଭାନ୍ର ପ୍ରଭାବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିବ । ମାତ୍ର ରାତ୍ରି ତାପମାତ୍ରାରେ ଦେଖିବାକୁ ମିଳିବ ପରିବର୍ତ୍ତନ । ଆସନ୍ତା ୪ ଦିନ ମଧ୍ୟରେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । କନ୍ଧମାଳ, ଫୁଲବାଣୀ, ଦାରିଙ୍ଗବାଡ଼ି, କୋରାପୁଟ, ସିମିଳିଗୁଡ଼ା ପରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିବା ନେଇ ପୁର୍ବାନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହିତ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ମାଲକାନଗିର ଓ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି, ସିମିଳିଗୁଡ଼ାରେ ୧୪.୬ ଡିଗ୍ରି, ଜି.ଉଦୟଗିରିରେ ୧୫.୨ ଡିଗ୍ରି ରହିଥିଲା। ନଭେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ଡିସେମ୍ବରରେ ଥଣ୍ଡା ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।