ଡିସିପିଙ୍କ ଚେତାବନୀ, ବେଆଇନ ହୁକ୍କା ବାର୍‌ ଚଳାଇଲେ ହେବ ଅପରାଧିକ ମାମଲା

ରାଜଧାନୀରେ ହୁକା ବାର୍ ନେଇ ଡିସିପିଙ୍କ ଚେତାବନୀ । ଏଣିକି କାଫେ ଆଳରେ ହୁକା ବାର ଚଳାଇଲେ ପଡ଼ିବ ମହଙ୍ଗା । ହୁକା ବାର ମାଲିକଙ୍କ ବିରୋଧରେ ହେବ ଅପରାଧିକ ମାମଲା । ମୁଖା ବିକିଲେ ଓ ହୁକା ଟାଣିଲେ ଫସିବେ । ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ରାଜଧାନୀର ବିଭିନ୍ନ ପବ୍‌, ବାର୍‌ ଓ କ୍ଲବ୍‌ରେ ଚାଲିଛି ମାରାଥନ୍‌ ଚଢ଼ାଉ। ବିଶେଷକରି ବେଆଇନ ହୁକ୍କା ବାର୍‌ ଉପରେ ପୋଲିସର ରହିଛି କଡ଼ା ନଜର।ଏନେଇ ଗତକାଲି ଠୁ ବିଭିନ୍ନ ହୁକା ବାର ଉପରେ ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ଅନେକ ହୁକା ବାର କତୃପକ୍ଷଙ୍କୁ ନୋଟିସ କରିଛି ପୋଲିସ । ଆଗକୁ ଏହି ଡ୍ରାଇଭ୍ ଜୋରଦାର ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ ।