ବିଦ୍ୟାଭାରତୀ ଚାକିରିରୁ ସସପେଣ୍ଡ୍

ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟା ଭାରତୀ ପଣ୍ଡାଙ୍କ ବିରୋଧରେ ବଡ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟା ଭାରତୀ ପଣ୍ଡା।ପାରଳାଖେମୁଣ୍ଡି ଆଇଆଇସି ଏବଂ ଏସଡିଜେଏମ କୋର୍ଟଙ୍କ ଚିଠି ଆଧାରରେ ନିଲମ୍ବିତ ହୋଇଛନ୍ତି ।କପ୍ତିପଦା ବ୍ଲକ ଶାଳଚୁଆଁ ଠାରେ ପଶୁ ସମ୍ପଦ ନୀରିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ୨ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଦ୍ୟା ଭାରତୀ ।