ବାତିଲ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ

ବାତିଲ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ। ଆସନ୍ତା ୨୯ ତାରିଖରେ ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଏବେ ଏହି ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ନଭେମ୍ବର ୨୮ ଓ ୨୯ ତାରିଖରେ ଅମିତ ଶାହଙ୍କ ଓଡ଼ିଶା ଗସ୍ତ, ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ ପୋଲିସ କଲର’ ପଦକ ପ୍ରଦାନ ଏବଂ ପୁରୀରେ ଜୋନାଲ କାଉନସିଲ୍ ବୈଠକରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା।କିନ୍ତୁ କୌଣସି କାରଣରୁ ଉକ୍ତ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ବାତିଲ ହୋଇଥିବା ସୂଚନା ମିଳିଛି।ତେବେ ବୈଠକ ବାତିଲର କାରଣ ଏବଂ ଏହାର ପରବର୍ତ୍ତୀ ତାରିଖ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇନାହିଁ ।