କଟକ ଦହିବରା ଖାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କାଲିଠୁ ଐତିହାସିକ ବାଲିଯାତ୍ରା । ଏଥର ଉଦଘାଟନ କରିବେ ରାଷ୍ଟ୍ରପତି । ବାଲିଯାତ୍ରା ପାଇଁ ସଜେଇ ହେଉଛି କଟକ । ପ୍ରଥମଥର ରାଷ୍ଟ୍ରପତି କରିବେ ଉଦଘାଟନ । ତେବେ ଆସନ୍ତାକାଲି ବାଲିଯାତ୍ରା ଉଦ୍ଘାଟନ ଅବସରରେ ଦହିବରା ଖାଇବେ ରାଷ୍ଟ୍ରପତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦିଓ କୌଣସି ବିଧିବଦ୍ଧ ଭାବରେ ସୂଚନା ପ୍ରଦାନ କରାଯାଇ ନାହିଁ, ତଥାପି ଏନେଇ ଦହିବରା ବ୍ୟବସାୟୀଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି । ରାଷ୍ଟ୍ରପତି ତ୍ରିନାଥ ଦହିବରା ଖାଇବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ତ୍ରିନାଥ ଦହିବରା ସହ ଜିଲ୍ଲା ପ୍ରଶାସନ,ଯୋଗାଯୋଗ ମଧ୍ୟ କରିଛି ।କଟକ କନିକା ଛକରେ ତ୍ରିନାଥ ଦହିବରା ଷ୍ଟଲ ଅଛି । ପ୍ରତ୍ୟକ ଦିନ ହଜାରରୁ ଅଧିକ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରାଯାଏ । ଦହିବରା ସାଙ୍ଗକୁ ଆଳୁଦମ, ଘୁଘୁନି, ପିଆଜ, ସେଉ ପକାଇ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଏ ।