ଗଣିଆର ବିଭିନ୍ନ ସ୍ଥାନରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଗଣିଆ, -(ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକରେ ୬ଟି ସ୍ଥାନରେ ଦେବସ୍ନାନ ପୁର୍ଣ୍ଣିମା ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ମନ୍ଦିର ଗୁଡ଼ିକରେ ପୁର୍ବ ନିର୍ଦ୍ଧାରିତ ନୀତି ଓ ସମୟାନୁସାରେ ସୁବାଷିତ ଜଳରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ୧୦୮ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ପାଟ ପିତାମ୍ବରୀ ପରିଧାନ କରାଯାଇ ଠାକୁରଙ୍କର ଗଜାନନ ବେଶ କରାଯାଇଥିଲା । ଏହି ଗଜାନନ ବେଶ ଦେଖିବା ପାଇର୍ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥବଲା ।

ସ୍ନାନ ବେଦୀରେ ଠାକୁରଙ୍କୁ ଦର୍ଶନ କଲେ ଚର୍ତୁବର୍ଗ ଫଳମିଳିଥାଏ ବୋଲି ଭକ୍ତମାନଙ୍କ ମନରେ ବିଶ୍ୱାସ ରହିଛି । ଏହାପରେ ଠାକୁରଙ୍କୁ ପୁଜାର୍ଚ୍ଚନା କରାଯାଇ ଅଣସର ଗୃହକୁ ବିଜେ କରାଯାଇଥିଲା । ଗଣିଆର ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉ, ବେଲପଡ଼ାର ଶ୍ରୀ ଶ୍ରୀ ଦଧିବାମନ ଜୀଉ, ବଡ଼ମୂଳ (ବେଠିଆସାହି)ର ଶ୍ରୀ ଶ୍ରୀ ଦଧିବାମନ ଜୀଉ, ରାସଙ୍ଗର ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉ, ଜଗନ୍ନାଥ ପ୍ରସାଦର ଜଗନ୍ନାଥ ଜୀଉ, ହରିପୁରର ପତିତପାବନ ଜୀଉଙ୍କ ମନ୍ଦିରରେ ସ୍ନାନ ପୁର୍ଣ୍ଣିମା ଅତ୍ୟନ୍ତ ଶାନ୍ତିର ସହିତ ପାଳିତ ହୋଇଥିଲା ।