ଏସସିବି ରେ ରୋଗଗ୍ରସ୍ତ ଡୁବୁଲା ବିରୁଆ, ପରିବାରକୁ ସହାୟତାର ହାତ ବଢ଼ାଇଲେ ସାମାଜିକକର୍ମୀ


ମାହାଙ୍ଗା -୨୯/୬ କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ l ଏହି ପଞ୍ଚାୟତରେ ରହିଛି ୩ ଗୋଟି ଆଦିବାସୀ ବସ୍ତି l ହଂସଦିଆ ବାବାମଣିଙ୍କ ପୀଠ ନିକଟରେ ଥିବା ଆଦିବାସୀ ବସ୍ତିରେ ଶତାଧିକ ଆଦିମ ଜନଜାତିର ଲୋକମାନେ ବସବାସ କରୁଥିବା ବେଳେ, ସେମାନେ ସମସ୍ତେ ଭୂମିହୀନ l କୁମୁଡା ହାଟ କେଳା ସାହି ଓ କଲ୍ୟାଣପୁର ମୁଣ୍ଡାସାହିରେ ମଧ୍ୟରେ ଅନେକ ଆଦିବାସୀ ପରିବାର ସରକାରୀ ଜମି ଉପରେ ଦୀର୍ଘ ବର୍ଷ ବର୍ଷ ହେବ ଅସ୍ଥାୟୀ ଭାବେ କୁଡ଼ିଆ ତୋଳି ରହୁଛନ୍ତି l
ଏହି ଭୂମିହୀନମାନଙ୍କୁ ସରକାର ଜମି ପଟ୍ଟା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ l ବାରମ୍ବାର ଆବେଦନ ସତ୍ୱେ କୌଣସି ସୁଫଳ ମିଳିଲା ନାହିଁ l କୁହୁଣ୍ଡା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀରେ ସାମାଜିକ କର୍ମୀ ଅଖିଳେଶ ମହାନ୍ତି ଲିଖିତ ଭାବେ ଏମାନଙ୍କୁ ଜମି ଯୋଗାଇଦେବାକୁ ଏବଂ ଅନ୍ତରଦୋୟ ଯୋଜନାରେ ପକ୍କାଘର ଦିଆଯିବା ପାଇଁ ଦାବିକରିଥିଲେ l କିନ୍ତୁ କୋଠାଘର ଥିବା ସ୍ଵଛଳ ପରିବାର ପକ୍କାଘର ପାଉଥିବା ବେଳେ ଆଦିବାସୀ ପରିବାର ଜଳକା l
ଡୁବୁଲା ବିରୁଆ କୁହୁଣ୍ଡା ପଞ୍ଚାୟତ ଆଦିବାସୀ ବସ୍ତିରେ ୮ ବର୍ଷ ତଳୁ ରହିଆସୁଛି l ଘରେ ପତ୍ନୀ, ଚାରି ଝିଅ ଓ ୨ ପୁଅ l ଏମାନଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ନାଆଁ ନାହିଁ l ଆୟୁଷ୍ମାନ ଯୋଜନାରେ କାର୍ଡ ଦିଆଯାଇନି l ଏପରିକି ଆଧାର କାର୍ଡ ଖଣ୍ଡେ ଏହି ନିରକ୍ଷର ଆଦିବାସୀ ପରିବାର ପାଖରେ ଉପଲବ୍ଧ ନଥିବା ଜଣା ପଡିଛି l
ଗୁରୁତର ଅସୁସ୍ଥ ହେବାରୁ ଡୁବୁଲା ବିରୁଆଙ୍କୁ ମାହାଙ୍ଗା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l
ସେଠାରୁ ତାଙ୍କୁ ଏସ ସି ବି କୁ ସ୍ଥାନାନ୍ତର କରାଯାଇଛି l
ଏହି ଅସହାୟ ପରିବାର ପାଖରେ ପହଂଚି ଥିଲେ ସାମାଜିକକର୍ମୀ ଅଖିଳେଶ ମହାନ୍ତି l
ଡ଼ୁବୁଲାର ଚିକିତ୍ସ ପାଇଁ ଆର୍ଥିକ ସହାୟତା ସାଙ୍ଗକୁ ଭୋକ ଉପାସରେ ରହୁଥିବା ଏହି ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ଦେଖିବାକୁ ମିଳିଛି l ଜିଲ୍ଲା ପ୍ରଶାସନ କୁହୁଣ୍ଡା ପଞ୍ଚାୟତର ତିନିଟି ଆଦିବାସୀ ବସ୍ତିର ଲୋକମାନଙ୍କୁ ସ୍ଥାୟୀ ଘରଡ଼ିହ ପଟ୍ଟା ଯୋଗାଇଦେବାକୁ ଏବଂ ଡୁବୁଲାର ଚିକିତ୍ସ ଦାୟୀତ୍ୱ ସରକାର ହାତକୁ ନେବା ସହିତ ଏହି ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି l