Browsing Category
ଆଜିର ଖବର
ଟ୍ୟାଙ୍କରକୁ ଧକ୍କା ଦେଇ ବସରେ ଲାଗିଲା ନିଆଁ, ୪୦ରୁ ଅଧିକ ଭାରତୀୟ ଜିବନ୍ତ ଦଗ୍ଧ
ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦!-->…
ରାମାୟଣ ନାଟକ ପ୍ରଦର୍ଶନରେ ଅଶ୍ଳୀଳତା ଅଭିଯୋଗ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତାଙ୍କ ଗାଥାକୁ ନେଇ ରାମାୟଣ ନାଟକ ପରିବେଷଣ କରାଯାଉଥିବା ବେଳେ ଏହି ଚରିତ୍ରରେ ଥିବା କଳାକାରଙ୍କୁ ନେଇ ଲୋକଙ୍କ ଭିତରେ ଧର୍ମୀୟ ଭାବନା ରହିଥାଏ । ହେଲେ ରାମାୟଣ ନାଟକ ପରିବେଷଣ ବେଳେ ଦେଖିବାକୁ ମିଳିଛି ଅଶ୍ଲୀଳତା । ତିନିଦିନ ତଳେ ଗଞ୍ଜାମ!-->…
ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି!-->…
ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ନୀତୀଶ କୁମାର
ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।ସୂଚନା ମିଳୁଛି ଯେ,!-->…
ବାବା କପିଳେଶ୍ୱର ମନ୍ଦିରର ଆଲୌକିକ ଘଟଣା: ମନ୍ଦିର କାନ୍ଥରୁ ବାହାରୁଛି କ୍ଷୀର !
ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚରଦା ବାବା କପିଳେଶ୍ୱର ମନ୍ଦିରରେ ଘଟିଛି ଆଲୌକିକ ଘଟଣା । ମନ୍ଦିର ପାର୍ଶ୍ଵରେ ଥିବା ଅଫିସ ଗୃହ କାନ୍ଥରୁ ଏକ ଘଣ୍ଟା ଧରି କ୍ଷୀର ଝରୁଥିଲା ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି । ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବାକୁ!-->…
ଜାଡ଼ରେ ଥରୁଛି ସାରା ଓଡ଼ିଶା :ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ
ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଲଗାତାର ଭାବେ ପାରଦ ହ୍ରାସ ପାଇଚାଲିଛି । ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର!-->…
ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା!-->…
ଆଜି ଜାତୀୟ ପ୍ରେସ ଦିବସ
ଆଜି ହେଉଛି ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି!-->…
ଗଣିଆ ବ୍ଲକରେ ଟ୍ୟାଲେଣ୍ଟ ହଣ୍ଟ କାର୍ଯକ୍ରମ
ଗଣିଆ -(ବିଶ୍ଵରଞ୍ଜନ ସେଠି)ଗଣିଆ ବ୍ଲକ ପରିସରରେ ମିଶନ ଶକ୍ତି ଗୃହରେ ଶନିବାର ଦିନ ଟ୍ୟାଲେଣ୍ଟ ହଣ୍ଟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ କିଶୋରୀ ବାଳିକା ମାନେ ଭାଗ ନେଇଥିଲେ । ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ଆନୁକୁଲ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ!-->…
ଏନ୍ଏଚ୍ରେ ଯାତ୍ରା କରୁଥିବା ଚାଳକମାନଙ୍କ ପାଇଁ ଏକ ବଡ଼ ଖବର । ଫାଷ୍ଟାଗ୍ ନିୟମରେ ବଡ଼ ପରିବର୍ତ୍ତନ
ନଭେମ୍ବର ୧୫ ତାରିଖରୁ ଟୋଲ୍ ଟ୍ୟାକ୍ସ ଦେୟ ସହିତ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର ।ସଡ଼କ ପରିବହନ ମନ୍ତ୍ରଣାଳୟ ୨୦୦୮ ମସିହାରେ ନିର୍ଦ୍ଧାରିତ ହାଇୱେ ଫି ଢାଞ୍ଚାକୁ ସଂଶୋଧନ କରିଛି । ଏହି ନିୟମ ଅନୁଯାୟୀ, ଯଦି ଜଣେ ଚାଳକ ଫାଷ୍ଟାଗ୍ ଲେନରେ ପ୍ରବେଶ କରନ୍ତି!-->…
ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୮ ଅଭିଯୁକ୍ତଙ୍କର ହୋଇଛି ଟିଆଇ ପରେଡ୍ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତ ମାନଙ୍କର ହୋଇଛି ଟିଆଇ ପରେଡ୍ । ଅଭିଯୁକ୍ତଙ୍କର ଟିଆଇ ପରେଡ୍ ସରିବା ପରେ ମାଜିଷ୍ଟ୍ରେଟ୍, ପୋଲିସ ଓ ସାକ୍ଷୀ ଜେଲର ବାହାରିଛନ୍ତି । ପୀତବାସ ପଣ୍ଡା ହତ୍ୟା!-->…
ଗଣିଆ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ଗଣିଆ ( ବିଶ୍ଵରଞ୍ଜନ ସେଠି) ଗଣିଆ ପୋଲିସ ପକ୍ଷରୁ ଗଣିଆ ବସଷ୍ଟାଣ୍ଡ ପରିସରରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ!-->…