ଗଣିଆ ବ୍ଲକରେ ଟ୍ୟାଲେଣ୍ଟ ହଣ୍ଟ କାର୍ଯକ୍ରମ

ଗଣିଆ -(ବିଶ୍ଵରଞ୍ଜନ ସେଠି)ଗଣିଆ ବ୍ଲକ ପରିସରରେ ମିଶନ ଶକ୍ତି ଗୃହରେ ଶନିବାର ଦିନ ଟ୍ୟାଲେଣ୍ଟ ହଣ୍ଟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ କିଶୋରୀ ବାଳିକା ମାନେ ଭାଗ ନେଇଥିଲେ । ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ଆନୁକୁଲ୍ୟରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋରୀ ବାଳିକାଙ୍କ ଶାରୀରିକ ମାନସିକ ଅଭିବୃଦ୍ଧି ପାଇଁ ଏହି କାର୍ଯକ୍ରମ ହେଇଥିଲା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ବହୁ ଯାକ ଜକମ ମଧ୍ୟରେ ସଙ୍ଗିତ, ଚିତ୍ରାଙ୍କନ , ନୃତ୍ୟ , ସ୍ଲୋଗାନ, ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଥିଲା । ବିଚାରକ ଭାବେ ନୟାଗଡ଼ ଜିଲ୍ଲା ମହିଳା ସଶକ୍ତି କରଣ ବିଭାଗର ସୂର୍ଯ୍ୟକାନ୍ତ ସାହୁ, ବିଶ୍ଵ ପର୍ଥବି, ଶିବାନୀ ମିଶ୍ର , ଏବିଡିଓ ରତନଲାଲ ଲୋହରା, ସିଡ଼ିପିଓ ଉଷାରାଣୀ ସାହୁ, ସୁପରଫାଇଜର ରେଖଞଳି କହଁର, ପ୍ରତିମା ଜାନି, କଳ୍ପନା ମିଶ୍ର, ମିଶନ ଶକ୍ତି ବି ପି ସି ପ୍ରଭାକର ଦାସ, ପୋଷଣ ବ୍ଲକ ସଂଯୋଜକ ଶର୍ମିଷ୍ଠା ଶତପଥୀ , C3 ବ୍ଲକ ସଂଯୋଜକ ସ୍ଵାତୀ ରେଖା ଦାସ ଅଙ୍ଗନୱାଡ଼ି ୱାର୍କର, ହେଲ୍ପର, ପ୍ରମୁଖ ଉପସ୍ଥିତ ଥିଲେ।

କିଶୋରୀ ବାଳିକା ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକ ଲୋଚନ ଆଣିବ ପାଇଁ ଏହି କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ ବହୁ ମାତ୍ରା ରେ ପ୍ରତିଯୋଗିତାରେ ଯୋଗଦେଇ ନିଜର ପ୍ରତିଭାକୁ ବିକଶିତ କରିଥିଲେ। ବାଲ୍ୟବିବାହ କୁ ନା କରିବା ପାଠ ପଢ଼ାକୁ ହଁ କହିବା ସହିତ ସମାଜରେ ବାଲ୍ୟବିବାହ ରେ ରେକ୍ ଲଗାଇବା ସହିତ ନାରୀ ସଶକ୍ତି କରଣ କରିବା ମୁଖ୍ୟ ଉଦ୍ଦେଶ୍ୟ । ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା। ସମସ୍ତଙ୍କ ପାଇଁ ଖାଦ୍ୟ ର ବ୍ୟବସ୍ଥା କରା ଯାଇଥିଲା। ନୟାଗଡ଼ ଜିଲ୍ଲା ମହିଳା ସଶକ୍ତି କରଣ ବିଭାଗର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାସଙ୍କ ତତ୍ତ୍ଵ ବଧାନରେ ଏହି କାର୍ଯକ୍ରମ ଶୃଙ୍ଖଳା ଭାବେ ସମାପ୍ତ ହେଇଥିଲା।