Browsing Category

ଆଜିର ଖବର

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କ ଉପାସନା

ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା ।ନବରାତ୍ରୀର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମାଁ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଅକ୍ଟୋବରରେ ୨୦ ଦିନ ବ୍ୟାଙ୍କ ବନ୍ଦ ରହିବ

ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳୀ ଓ ଛଟ ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପାଖାପାଖି 20 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ 4ଟି ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି । ତେବେ

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ

ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍‌ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏହି ଯୋଜନା ।ଅଧିସୂଚିତ ଗ୍ରାମ ପଞ୍ଚାୟତରେ ନୂତନ ଗୃହ ନିବାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ

ଆଜି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ ୧୧ଟା ୧୦ ମିନିଟ୍ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରଣ ଅନୁସାରେ ବିଭିନ୍ନ ପ୍ରକଳ୍ପର

କଟକ ଦଶହରା ଭସାଣି ପାଇଁ ଟ୍ରାଫିକ କଟକଣା

କଟକ ଦଶହରା ଭସାଣି ପାଇଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା । ୩ ତାରିଖ ସକାଳ ୭ରୁ ୪ ତାରିଖ ଭସାଣି ଶେଷ ହେବା ଯାଏଁ କଟକଣା । ଉପର ବାଲିଯାତ୍ରା ପଡିଆ ସମେତ ୧୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିଛି ।ଏହାକୁ ଦୃଷ୍ଟିରେ ରଖ୍ ଯାନବାହନ ଗୁଡ଼ିକର ସୁନିୟନ୍ତ୍ରୀତ ଚଳାଚଳ ତଥା ଜନସାଧାରଣ ଓ

ଭିଜିଲାନ୍ସ ଜାଲରେ ଡାଟାଏଣ୍ଟ୍ରି ଅପରେଟର

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର । ଖୋର୍ଦ୍ଧା ବାଣପୁର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଡାଟା ଏଣ୍ଟ୍ରି ଅପରେଟର ରାକେଶ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ। ବର୍ତ୍ତମାନ ଭିଜିଲାନ୍ସ ଟିମ ପ୍ରଥମେ ନିଳାଦ୍ରୀପ୍ରସାଦ ପଞ୍ଚାୟତ

 ସାପ ଚୋଟରେ ଗଲା ସାପ ଧରାଳୀଙ୍କ ଜୀବନ

କାଳ ସାଜିଲା ସାପ ସହ ଖେଳ । ସାପ ଚୋଟରେ ଗଲା ସାପ ଧରାଳୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅଞ୍ଚଳରେ l ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା ଲ ଉଚନାମୁତାବକ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବକାଗୁରା ଗାଁର ଜଣଙ୍କ ଘରୁ

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ: ପାଳିବେ ୨୪୦୦ ହବିଷ୍ୟାଳି

ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି । ପ୍ରାୟ ୨୬୪୪ ଜଣ ସରକାରୀ ନିର୍ଦ୍ଧାରିତ ପୋଟାଲରେ ଆବେଦନ କରିଥିବା ବେଳେ ଯାଞ୍ଚ

ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକ ଗିରଫ

କିଛିଦିନ ତଳେ ଲେହ-ଲଦାଖରେ ହୋଇଥିବା ହିଂସା ଘଟଣାରେ ସୋନମ୍ ବାଙ୍ଗଚୁକଙ୍କୁ ଗିରଫ କରାଯାଇଛି । ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।ଲଦାଖ ଡିଜିପି ଏସ.ଡି. ସିଂହ ଜାମଓ୍ବାଲଙ୍କ ନେତୃତ୍ଵରେ ଲଦାଖ ପୁଲିସର ଏକ ଟିମ ସୋନମଙ୍କୁ ଗିରଫ କରିଛି।

ନକଲି ଡିଏସପିକୁ ମାଡି ବସିଲା ଅସଲି ପୋଲିସ

ହୋଟେଲ ରୁମରେ ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା

ପ୍ରକାଶ ପାଇଲା ଓପିଏସ୍‌ସି ରେଜଲ୍ଟ

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ଥର ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୧୪୪ ମହିଳା ଚୟନ ହୋଇଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୯ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଗତ

ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ

ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ବିଭାଗର ସଚିବଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଏନେଇ ଚିଠି ହୋଇଛି