Browsing Category

ଆଜିର ଖବର

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।ସୂଚନାରୁ ପ୍ରକାଶ, ଲିଓନେଲ୍ ମେସି କୋଲକାତାର ଲେକ୍ ସିଟିରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ସେ

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୩୦-୪୫ ମିନିଟ୍ ଧରି ହୋଇଥିଲା ଗୁଳିଚାଳନା

୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଏ ଅବସରରେ ସଂସଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟ

୧ ମାସ ଧରି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ ମିଳିଛି। ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟା ଠାରୁ ଦ୍ଵାରଫିଟା, ରାତ୍ର ୧୧ଟା ସୁଦ୍ଧା ହେବ

ପୁଟିନଙ୍କୁ ଅପେକ୍ଷା କରି ହଟହଟା ହୋଇଛନ୍ତି ଶରିଫ

ପୁଟିନଙ୍କୁ ଅପେକ୍ଷା କରି ହଟହଟା ହୋଇଛନ୍ତି ଶରିଫ । ଶେଷରେ ସବୁ ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କ ନିକଟରେ ପହଞ୍ଚି ଅପଦସ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ତୁର୍କମେନିସ୍ତାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଇଥିଲେ । ଏହି ବୈଠକରେ ତୁର୍କୀର

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ। ଗଣିତ ସାର୍‌ ଯାଞ୍ଚ କରିବାବେଳେ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଛି। ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ପୁଲିସ୍‌ ବନ୍ଧୁକ ଜବତ କରିଛି। ଏବଂ ଜବତ

ସତର୍କ! ବିଷାକ୍ତ ହୋଇଗଲା ଦିଲ୍ଲୀର ବାୟୁ

ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଆଜି ଗମ୍ଭୀର ବର୍ଗରେ ପହଞ୍ଚିଛି। ବାୟୁରେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ଶନିବାର ପ୍ରତ୍ୟୁଷରେ ରାଜଧାନୀର ଅନେକ ଅଞ୍ଚଳରେ କୁହୁଡ଼ି ଏବଂ ହାଲୁକା କୁହୁଡ଼ି ଦୃଶ୍ୟମାନତାକୁ ହ୍ରାସ କରିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁଯାୟୀ,

ଆଜି ମାଟି ତଳୁ କଢ଼ାଯିବ ‘ରାମୁ’ ହାତୀର କଙ୍କାଳ

ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ । ଗତ ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ହାତୀ ଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ

ସ୍କୁଲ୍ ଆଗରେ କଳା ରଙ୍ଗର କାର! ଚାଲାଣ ହେଉଥିଲା ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ

ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗାଁ ର ଲୋକେ। ବେନିୟମ ଭାବେ କାର ରେ ଥୋଇ ଏହ ଚାଉଳ ନେବା ଉଦ୍ୟମ ପାଇଁ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ଜେନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇଙ୍କୁ ନିଲମ୍ବିତ କରିଛନ୍ତି। ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଛଅଗାଁ

ସହିପାରିଲେନି ପ୍ରେମିକର ଯନ୍ତ୍ରଣା, ଓଢଣୀ ଲଗାଇ ଝୁଲିପଡିଲେ ପ୍ରେମିକା

ଦିନକୁ ଦିନ ବଢୁଥିଲା ପ୍ରେମିକର ଯନ୍ତ୍ରଣା। ଅଶ୍ଳୀଳ ମେସେଜ୍, ତା ସାଙ୍ଗକୁ ଧମକ। ଆଉ ସହିହେଲାନି। ଏହି ମେସେଜ୍ ସବୁ ଏତେ ଅଶ୍ଳୀଳ ଯେ ଏହାକୁ ଦେଖାଇବା ମଧ୍ୟ ଅସମ୍ଭବ। ଯୁବକଙ୍କ ନିର୍ଯାତନା ଏତେ ବଢିଗଲା ଯେ ବଞ୍ଚିବା ତୁଚ୍ଛ ହୋଇଗଲା। ଶେଷରେ ପଲଙ୍କ ବାଡାରେ ଓଢଣୀ ଲଗାଇ ପ୍ରେମିକା ଶେଷ

ବଦଳିବ ମନରେଗା ଯୋଜନାର ନାମ, କେନ୍ଦ୍ର କ୍ୟାବିନେଟରେ ମିଳିଲା ମଞ୍ଜୁରୀ

କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କରିବେ, ଯାହା ଗ୍ରାମୀଣ ଗରିବ ଲୋକଙ୍କ ପାଇଁ ପ୍ରତିବର୍ଷ 125

ଡିଜିଟାଲ ଉପାୟରେ ୨୦୨୭ରେ ଜନଗଣନା: ଅଶ୍ୱିନୀ ବୈଷ୍ଣବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ” ୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ଉଦ୍ଦେଶ୍ୟରେ ୧୧,୭୧୮ କୋଟି ଟଙ୍କାର ବଜେଟ୍

ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ରବିବାର ଓଡିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କଟକ ସହିଦ ଭବନରେ ହେବାକୁ ଥିବା ଆଲୋଚନା ଚକ୍ରରେ ଯୋଗଦେବେ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜନ ହେବ ଆଲୋଚନା ଚକ୍ର ।କଟକ