Browsing Category

ଆଜିର ଖବର

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ। 

୨୭ ତାରିଖ ଦିନ ଦିନ ୧୧ଟା ୧୦ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ପହଞ୍ଚିବେ ମୋଦି । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ଟା ୨୫ରେ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,

ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ

ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ

ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ

ଝିଅ ପାଇଁ ଯୋଦ୍ଧା ସାଜିଲେ ଦିବ୍ୟାଙ୍ଗ ମହିଳା

ଶରୀର ତାଙ୍କର ଭିନ୍ନକ୍ଷମ ସତ, କିନ୍ତୁ ଜୀବନ ଯୁଦ୍ଧରେ ସେ ଜଣେ ଦିଗବିଜୟୀ ଯୋଦ୍ଧା । ସିଏ ହାରିବା ଜାଣି ନାହାଁନ୍ତି, ଡରିବା ଶିଖି ନାହାନ୍ତି । ତେଲଲୁଣ ସଂସାରରେ ଅଭାବ ଥିଲେ ବି ସେ କାହା ସାମ୍ନାରେ କେବେ ହାତ ପତେଇ ନାହାଁନ୍ତି କି ନିଜର ଅସହାୟତା ଦେଖାଇ କାହାର ଦୟା ସାଉଁଟି ନାହାନ୍ତି

ପୂର୍ବ ସରକାରର ପୁଳା ପୁଳା ଦୁର୍ନୀତିକୁ ଧରିଛନ୍ତି ସିଏଜି

ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ପୂର୍ବ ସରକାରର ପୁଳା ପୁଳା ଦୁର୍ନୀତିକୁ ଧରିଛନ୍ତି ସିଏଜି। ବିଭିନ୍ନ ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛି । ପୂର୍ବ ସରକାର ସମୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ଉପରୁ ହଟିଛି ପରଦା । ଯେଉଁଥିରେ ଟେଣ୍ଡର ପ୍ରକ୍ରିୟାରେ

ଆଉ ଭୋଟର ତାଲିକାରେ କେହି କରିପାରିବେନି ହେରଫେର; ‘ଇ-ସାଇନ’ ସିଷ୍ଟମ୍ ଲଞ୍ଚ କଲେ ନିର୍ବାଚନ କମିଶନ

ନିର୍ବାଚନ ଆୟୋଗ ନିଜର ୱେବସାଇଟ ଓ ଆପରେ ନୂଆ ଇ- ସାଇନ୍ ଫିଚର ଆରମ୍ଭ କରିଛନ୍ତି । ଏହି କ୍ରମରେ ଏବେ ଭୋଟର ପଞ୍ଜିକରଣ, ନାମ କାଟିବା ବା ପରିବର୍ତ୍ତନ କରିବା ପାଇଁ ଆବେଦନ କରୁଥିବା ଲୋକଙ୍କ ପରିଚୟ, ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ପୂର୍ବରୁ,

୧୨ ଦିନର ଛୁଆ ପାଟିରେ ଫେବିକ୍ବିକ୍ ମାରିଲେ; ପଥର ତଳେ ପୋତିଦେଲେ ନୃଶଂସ

ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାରେ ମାନବିକତାକୁ ଉଲଂଘନ କରିଗଲେ ମଣିଷ । ଏଠିକାର ବିଜୌଲିୟା ଉପଖଣ୍ଡର ଖେଡ଼ା ରୋଡ଼ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା । ୧୦-୧୨ ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ

ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀରେ ବନ୍ୟା । ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ,ଫୁଳିବ ଶାଖାନଦୀ ।ମୁଣ୍ଡଳିରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ । ଏବେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି

 ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ ପରିଣତ ହେବ। ୨୭ରେ

ମହାକାଳପଡ଼ା ତହସିଲଦାରଙ୍କ ୭ଟି ପ୍ଲଟ୍ ସହ ଲକ୍ଷାଧିକ ଟଙ୍କା ଠାବ

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର । ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ତହସିଲଦାର ଶିବପ୍ରସାଦ ମଲ୍ଲିକ ଏହି ଟଙ୍କା ନେଉଥିଲେ l ଏହି ସମୟରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ

୧୭ ଯୁବତୀଙ୍କୁ ବଳାତ୍କାର କରି ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଫେରାର

ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ନାମରେ ୧୭ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍‌ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି।ଦିଲ୍ଲୀ ପୁଲିସ ବୁଧବାର ଆତ୍ମଘୋଷିତ ବାବା ସାଧୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ

୩୦ ହଜାର ରାସନ କାର୍ଡ କଟିଲାଣି: ଯୋଗାଣ ମନ୍ତ୍ରୀ

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ ।