Browsing Category

ଆଜିର ଖବର

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ-ପୋଲିସର ପାଣିମାଡ

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ ବ୍ୟାରିକେଡ ଭାଙ୍ଗି

ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ମାର୍ଗଦର୍ଶିକା: ସରକାରୀ ପ୍ରେସ୍‌ରେ ଛପାଯିବ ପ୍ରଶ୍ନପତ୍ର

ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଗକୁ ଯେପରି କୌଣସି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ନହୁଏ ସେଥିଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ।ଏବେ ପ୍ରଶ୍ନପତ୍ରଗୁଡିକ ସରକାରୀ ପ୍ରେସରେ ଛପାଯିବ । ପରୀକ୍ଷା କେନ୍ଦ୍ରରେ ବ୍ୟବହାର ହେବ ଏଆଇ ଟୁଲ୍ ଓକାକ୍,

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଗୃହ ୪ଟା ଯାଏଁ ମୁଲତବି

ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ଏହି କାରଣ ପାଇଁ ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ

ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ ବର୍ଷା । ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି

ଆଉ ନାହାନ୍ତି ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ

ଜଣାଶୁଣା ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କ ପରଲୋକ । ଗତକାଲି ରାତି ୮ଟା ୪୦ ମିନିଟ୍ ସମୟରେ ବ୍ରହ୍ମପୁର ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଦେଇଛନ୍ତି ସୂଚନା । ସେ ୧୯୮୨ ରାଜ୍ୟଗୋଷ୍ଠୀ

ଚୌଦ୍ୱାର ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ; ଏସିପିଙ୍କ ସମେତ 3 ନିଲମ୍ବିତ

କଟକ ଚୌଦ୍ବାର ଥାନା ପରିସରରେ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଚୌଦ୍ବାର ଥାନା ଦାୟିତ୍ବରେ ଥିବା ଏସିପି ବିଶ୍ବ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ସବ୍‌

ଆଜି ଶ୍ରୀମନ୍ଦିରର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ ରତ୍ନ

ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଗଚ୍ଛିତ ରତ୍ନ ଅଳଙ୍କାର । ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ପାର୍ବଣ ଋତୁରେ ବଢୁଛି ସୁନା ଓ ରୁପା ଦର

ବଢୁଛି ସୁନା ଏବଂ ରୁପା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୨,୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୩,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୨,୫୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍

ଜିଏସ୍‌ଟି ହ୍ରାସ ପରେ, ୭୦୦ ପ୍ରଡକ୍ଟର ଦାମ୍‌ କମାଇଲା ଅମୁଲ

ଘିଅ, ବଟର, ପନିର, ଆଇସକ୍ରିମ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ସମେତ ୭୦୦ ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କଲା ଅମୁଲ । ଏହି ନୂଆ ଦାମ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । ଆମୁଲର ୧ ଲିଟର ଆଇସକ୍ରିମ ଟବର ମୂଲ୍ୟ ୧୯୫ ଟଙ୍କାରୁ ହ୍ରାସ ପାଇ ୧୮୦ ଟଙ୍କା ହେବ, ଆମୁଲ ଡାର୍କ ଓ ମିଲ୍କ

କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ

ସମୟ ଅବଧି ସରିଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଗୃହରେ ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ବାଚସ୍ପତିଙ୍କ ଫୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି।ରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଧାରଣା

ସାହୁ ଭାଉଜ ଷ୍ଟେଜ୍ ଚଢିଲେନି ବୋଲି ଚେୟାର ମାଡ଼ କଲେ ଦର୍ଶକ

ଏବେ ସାହୁ ଭାଉଜଙ୍କ ଡିମାଣ୍ଡ୍ ବହୁତ । ସାହୁ ଭାଉଜ ଷ୍ଟେଜ୍ ଚଢିଲେନି ବୋଲି ଚେୟାର ମାଡ଼ କଲେ ଦର୍ଶକ। ବନ୍ଦ ହୋଇଗଲା ପୁରା ଯାତ୍ରା। ଏଭଳି ଘଟଣା ଘଟିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ଗାଁରେ।ଦୁର୍ଗାଶ୍ରୀ ଯାତ୍ରାପାର୍ଟି ଗାଁରେ ଯାତ୍ରା ପକେଇଥିଲା। ତେବେ ଶନିବାର ଦିନ

ରାଜ୍ୟରେ ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି

ନବଜାତ ମୃତ୍ୟୁକୁ ନେଇ ବିଧାନସଭା ତଥ୍ୟ ଚିନ୍ତାଜନକ । ଗତ ତିନିବର୍ଷ ଭିତରେ ୨୩,୧୩୦ ନବଜାତକଙ୍କ ମୃତ୍ୟୁ ହୋଇଛି । ମା’ ଗର୍ଭରେ ୩୪ ହଜାର ୨୮୪ ଜଣ ଶିଶୁ ଙ୍କ ମୃତ୍ୟୁ ହୋଇଛି । ପ୍ରସବ ସମୟରେ ୨ ହଜାର ୬୪ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ