Browsing Category

ଆଜିର ଖବର

OTET ପରୀକ୍ଷା- ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ୧୯୩ ପରୀକ୍ଷା କେନ୍ଦ୍ର 

ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା । ପ୍ରଶ୍ନପତ୍ର ଲିକ ଓ ବୋର୍ଡରେ ଅଧିକାରୀ ନଥିବାରୁ ବାରମ୍ବାର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି । ଏଥର ୨୭କୁ ପରୀକ୍ଷା ତାରିଖ ଭାବେ ନିର୍ଧାରଣ କରାଯାଇଛି । ତେବେ ପରୀକ୍ଷା ଦିନ ପ୍ରଶ୍ନ ପତ୍ର ଆସିବା ଠାରୁ ପରୀକ୍ଷା ଶେଷ ହେବା ଯାଏଁ

ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ

ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ। ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି।ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା ସମୟରେ ନାବାଳିକାଙ୍କ ସାଥୀମାନଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଟେକି ନେଇଥିଲେ ଦୁଇଜଣ ଯୁବକ।

ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ବ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ

ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ

ନିଜ ଜିଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି: ଗୋଟିଏ ସ୍ଥାନରେ ଏତିକି ବର୍ଷରୁ…

ସ୍ୱାମୀ- ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ଦୁଇ ବର୍ଷ ଅଧିକାରୀଙ୍କ ପାଇଁ ନିୟମ କୋହଳ ହୋଇଛି । ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ । କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବ । କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ୱଚ୍ଛତା ଆଣିବାକୁ

ରାଜ୍ୟର ୧୭ଟି ବିଶ୍ୱ ବିଦ୍ୟାଳୟରେ ଶାରୀରିକ , ମାନସିକ ଓ ଯୌନ  ନିର୍ଯାତନା ବଢିଛି  – ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ଏପରି ୧୯ଜଣ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଛାତ୍ରୀଙ୍କ ଅଶ୍ଳୀଳ ଚିତ୍ର ବ୍ୟବହାର କରାଯାଇଛି। ଏନେଇ ବିଜେଡି ବିଧାୟକଙ୍କ ପ୍ରଶ୍ନରେ

iPhone 17 ଲଞ୍ଚ, କିଣିବାକୁ ଆପଲ୍‌ ଷ୍ଟୋରରେ ଗ୍ରାହକଙ୍କ ଗହଳି

ଆଇ ଫୋନ୍‌ କଲା କମିଆ । ରାତି ଅଧରୁ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ ।ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଯେତେବେଳେ ଆଇଫୋନ୍-୧୭ ଲଞ୍ଚ ହୋଇଛି ଆଉ ଭାରତରେ ଏହାର ପ୍ରଥମ ବିକ୍ରି ଆରମ୍ଭ ହୋଇଛି ଠିକ୍ ସେତେବେଳେ ଭାରତରେ ଦେଖିବାକୁ ମିଳିଛି ଉତ୍ସାହ । ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ

ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରା ହତ୍ୟା ଘଟଣା

ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା । ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ ହେଲା ମାମଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ ବୋଲି ସୂଚନା ରହିଛି । ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା ତାରିଖ ଘୋଷଣା

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଆସନ୍ତା ଅକ୍ଟୋବର ୧୨ରେ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌)ର ପ୍ରିଲିମିନାରୀ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି ।ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ,

କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଛାନଭିନ କରୁଛି ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି।। ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର

ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୪୪ ବ୍ୟାରେଜ

ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ,୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ। ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର।ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଣତାରକା ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଗାମୀ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନି ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର ସମ୍ଭାବନା

ସାବରିମାଲା ମନ୍ଦିରରୁ ସାଢେ ୪ କିଲୋ ସୁନା ନିଖୋଜ

କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର । ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି । ମାମଲାଟି ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି