Browsing Category

ଆଜିର ଖବର

ଛତିଶଗଡ଼ ସୀମାରେ ହାଇଆଲର୍ଟ, ଓଡ଼ିଶାମୁହାଁ ମାଓବାଦୀ

ନକ୍ସଲ ପ୍ରସଙ୍ଗ ନେଇ ପୁଲିସ୍ ଡିଜି ୱାଇବି ଖୁରାନିଆଙ୍କ ବଡ଼ ମନ୍ତବ୍ୟ ଆସିଛି। ସେ କହିଛନ୍ତି ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ। ନକ୍ସଲ ପ୍ରସଙ୍ଗ ନେଇ ବୈଠକ ପରେ ପୁଲିସ୍ ଡିଜିଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି, “ଆଶା କରୁଛୁ

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ

ରାଜ୍ୟରେ ଖୁବ୍‌ ଶୀଘ୍ର ଲାଗୁ ହେବ ପେସା ଆଇନ । ଗୃହରେ ଏ ନେଇ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଆଦିବାସୀ ଅଞ୍ଚଳର ସରପଞ୍ଚ ମାନଙ୍କୁ ଯେଉଁ ୨୨ଟି କ୍ଷେତ୍ରରେ କ୍ଷମତା ଦିଆଯାଇଛି, ତାହା ଏବେ ବି ବଳବତ୍ତର ଅଛି । ଆମ ସରକାର ପେସା ଆଇନ ଆଣିବ । ୧୦୦% କ୍ଷମତା ପାଇବେ

ପୋଲିସ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ।୧୦୮ ଧକ୍କାରେ ୩ ରାଉଣ୍ଡ ଓଲଟିଲା ପୁଲିସ ଗାଡ଼ି। ଗାଡ଼ି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୁଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସାମ୍ନାରେ ରାଜ୍ୟ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି 

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ ପ୍ରାୟ ଏହାର ଅଧା ସଂଖ୍ୟକ ପଦବୀ ଖାଲି ରହିଛି।

ରାଜଧାନୀରେ ଜବରଦଖଲକାରୀଙ୍କ କବ୍ଜାରେ ୩୦ ଏକର ଜମି

ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଜବରଦଖଲକାରୀମାନେ ମୂଲ୍ୟବାନ ଜମିକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ସହରାଞ୍ଚଳର କୋଟିକୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି

ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। 

ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ପୁଲିସ ନକ୍ସଲଙ୍କ ଠାରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି।ମିଳିଥିବା ସୂଚନା ଅନୁଯାୟୀ,

କଟକରୁ ହଟିବନି ଅବକାରୀ କମିସନରଙ୍କ କାର୍ଯ୍ୟାଳୟ

କଟକରେ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ଏକଥା ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କଟକ କୃଷକ ବଜାରରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ରହିଛି।

ଡେବ୍ରିଗଡ ଅଭୟାରଣ୍ୟରେ ହାତୀ ‘ଖରସେଲ’ର ମୃତ୍ୟୁ ଘଟିଛି । 

ଡେବ୍ରିଗଡ ଅଭୟାରଣ୍ୟରେ ଅନେକ ବର୍ଷ ଧରି ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଖରସେଲର ମୃତ୍ୟୁ ହୋଇଥିବା କହିଛନ୍ତି ଡେବ୍ରିଗଡ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ । ଖରସେଲ୍‌ର ବୟସ ୬୫ ବର୍ଷରୁ ଅଧିକ ଥିଲା । ପ୍ରାୟ ୫ରୁ ୬ ମାସ ହେବ ହାତୀର ଗତିବିଧି ମନ୍ଥର

ଆମ ଓଡିଶା ନବୀନ ଓଡିଶାର ବାକି କାମ ପୁଣି ଆରମ୍ଭ ହେବ

ଆମ ଓଡ଼ିଶା ନବୀନ ଓଡିଶା’ରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା। ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି। ବାକି କିଛି କାମ ଚାଲୁଛି। କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ। ଆଜି ବିଧାନସଭାରେ ଏକଥା

ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।

ପୋରବନ୍ଦର ଉପକୂଳ ଆରବ ସାଗରରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟାଙ୍କରରୁ ଆହତ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା। ଉଦ୍ଧାର ପାଇଁ ଯିବାବେଳେ ଜରୁରୀ ଅବତରଣ କରିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା

ବାୟୁସେନା ଯୁଦ୍ଧ ବିମାନ MiG-29 ରାଜସ୍ଥାନର ବାଡମେରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବାୟୁସେନାର ଟ୍ରେନିଂବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବାର୍ମେର ସେକ୍ଟରରେ ବାୟୁସେନାର ଏମଆଇଜି-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବୈଷୟିକ ତ୍ରୁଟି ଦେଖି ପାଇଲଟ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏହି

ଗିରଫ ହେବେ ପୁଟିନ?

ବନ୍ଧା ହେବେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ? ମଙ୍ଗୋଲିଆରେ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇପାରେ । ବିଜୟ ଦିବସ ପୂର୍ତ୍ତି ଅବସରରେ ଋଷ୍ ରାଷ୍ଟ୍ରପତି ମଙ୍ଗୋଲିଆରେ ପହଞ୍ଚିଛନ୍ତି । ମୋଙ୍ଗୋଲିଆ ରୁଷିଆର ପଡୋଶୀ ଦେଶ, ପୁଟିନ ସୋମବାର ସାରେ ମୋଙ୍ଗୋଲିଆର ରାଜଧାନୀ ଉଲାନବାଟରରେ