ମମତାଙ୍କୁ ଆଉ ଏକ ଝଟକା, ଟିଏମସି ସାଂସଦ କୋଏଲ ମଲ୍ଲିକ ଦେଲେ ରାଜ୍ୟସଭାରୁ ଇସ୍ତଫା

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଟିଏମ୍‌ସି ବିଧାୟକ ମଦନ ମିତ୍ର ବିଧାନସଭାରେ ବିଦ୍ରୋହୀ ଗୋ‌ଷ୍ଠୀରେ ସାମିଲ ହେବାର ଦିନକ ପରେ ରାଜ୍ୟସଭା ସାଂସଦ ପଦରୁ କୋଏଲ ମଲିକ୍‌ପଶ୍ଚିମବଙ୍ଗ ସିନେମାର ଭେଟେରାନ ଅଭିନେତା ରଞ୍ଜିତ ମଲ୍ଲିକଙ୍କ ଝିଅ କୋଏଲ୍ ମଲ୍ଲିକ ଦୀର୍ଘ ୨୦ ବର୍ଷ ଧରି ପଶ୍ଚିମବଙ୍ଗ ସିନେ ଇଣ୍ଡଷ୍ଟ୍ରୀରେ ରାଜ କରୁଥିଲେ । ସିନେମା ନାୟିକା ଭାବେ ରାଜ୍ୟରେ ସେ ଖୁବ୍ ଲୋକପ୍ରିୟ ଥିବାରୁ ଟିଏମ୍ସି ଏହାର ଫାଇଦା ନେଇ ତାଙ୍କୁ ରାଜ୍ୟସଭା ପଠାଇଥିଲା ।ତେବେ ଏହାରି ଭିତରେ ସାୟୋନୀ ଘୋଷ, ରଚନା ବାନାର୍ଜୀ, ମିମି ଚକ୍ରବର୍ତ୍ତୀ, ଦେବ, ରାଜ ଚକ୍ରବର୍ତ୍ତୀ, ଦେବଶ୍ରୀ ରୟ ଆଦି ଅନେକ ନେତା ଟିଏମ୍ସି ଛାଡ଼ି ଦେଇସାରିଲେଣି । ଆଉ ଏବେ ଟିଏମ୍ସି ରାଜ୍ୟସଭା ସାଂସଦ ତଥା ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ କୋଏଲ୍ ମଲ୍ଲିକ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ।