ଘରୋଇ ଫ୍ରିଜ୍‌ରେ ଦେଖାଗଲା ବରଫର ଶିବଲିଙ୍ଗ

ଅମରନାଥରେ ବରଫ ତରଳିବା ପରେ ଆଗ୍ରା ଭଳି ସ୍ଥାନରେ ଘରୋଇ ଫ୍ରିଜ୍‌ରେ ଏଭଳି ରୂପ ଦେଖିବାକୁ ମିଳିଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଇଛି । ସ୍ଥାନୀୟ ଲୋକେ ଶିବଲିଙ୍ଗ ସଦୃଶ ବୋଲି ବିଶ୍ୱାସ କରିବା ପରେ ସେହି ଘରକୁ ଭକ୍ତଙ୍କ ଭିଡ଼ ଲାଗିଛି । ବୈଜ୍ଞାନିକ କାରଣ ଏହା ଯେ ଫ୍ରିଜ୍‌ର ଡିଫ୍ରଷ୍ଟ (Defrost) ବା କୁଲିଂ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ହେଲେ, ବରଫ ଜମିବା ସମୟରେ ଅନେକ ସମୟରେ ଏହା ଶିବଲିଙ୍ଗ ଭଳି ଆକୃତି ନେଇଯାଏ । ଏହାକୁ ଅନେକ ଲୋକ ଚମତ୍କାର ଭାବି ପୂଜାପାଠ କରିଛନ୍ତି । ସ୍ଥାନୀୟ ଲୋକମାନେ ଏହି ବରଫ ଆକୃତିକୁ ଅମରନାଥର ପ୍ରାକୃତିକ ବରଫ ଶିବଲିଙ୍ଗ ସହ ତୁଳନା କରୁଛନ୍ତି। ଘରେ “ହର ହର ମହାଦେବ” ଧ୍ୱନି ସହ ଜଳାଭିଷେକ ଓ ପୂଜା ଚାଲିଥିବା ବେଳେ ଦୂରଦୂରାନ୍ତରୁ ମଧ୍ୟ ଲୋକେ ଦର୍ଶନ ପାଇଁ ଆସୁଛନ୍ତି ।