ଭକ୍ତି ଓ ଆଧ୍ୟାତ୍ମିକତାର ପ୍ରତୀକ: ବାବା ଗୁପ୍ତେଶ୍ୱର ମନ୍ଦିରରେ ତ୍ରିଶୂଳ ସ୍ଥାପନ

ଗଣିଆ -( ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକସ୍ଥିତ ଛାମୁଣ୍ଡିଆ ଗ୍ରାମ ପଞ୍ଚାୟତ ବେଣ୍ଟପଡା ମାଳିସାହି ନିକଟସ୍ଥ ପର୍ବତ ଉପରେ ବିରାଜମାନ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବ ଙ୍କର ମନ୍ଦିର ଶୀର୍ଷ ରେ ନୂତନ ତ୍ରିଶୂଳ ପୂଜା ପୂର୍ବକ ସ୍ଥାପନ କରା ଯାଇଛି । ପ୍ରକାଶ ଥାଉକି ୨୦୨୪ ମସିହା ରେ ଶୀତଳଷଷ୍ଠୀ ସମୟ ରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବ ଙ୍କୁ ପୁତ୍ର ରୂପେ ବିବାହ କରାଇଥିବା ରାସଙ୍ଗ ନିବାସୀ ଜମ୍ବେଶ୍ୱର ବାରିକ୍ ଏବଂ ତାଙ୍କ ଧର୍ମ ପତ୍ନୀ ବବିତା ବାରିକ୍, ଠାକୁର ଙ୍କ ମନ୍ଦିର ର ଶୀର୍ଷ ରେ ଏକ ନୂତନ ତ୍ରିଶୂଳ ସ୍ଥାପନ କରିବାର ମନସ୍ଥ କରି ମନ୍ଦିର ପୂଜକ ସଭାପତି ସଂଗ୍ରାମ କେଶରୀ ରଣା ଓ ତାଙ୍କ ସମୁଦି ଈଶ୍ୱରପୁର ନିବସୀ ବିପିନ୍ ବିହାରୀ ନାୟକ ଓ ମନସି ନାୟକଙ୍କ ପୂର୍ଣ୍ଣ ସହଯୋଗରେ ସୋମବାର ଦିନ ମନ୍ଦିରରେ ରୁଦ୍ରାଭିସେକ୍ ପୂଜା ସହ ତ୍ରିଶୂଳ ପୂଜା କରିଥିଲେ ।

ପୂଜା ପରେ ତ୍ରିଶୂଳକୁ କର୍ତ୍ତା ଜମ୍ବେଶ୍ୱର ବାରିକ୍ ଓ ବବିତା ବାରିକ୍ ବହୁ ଭକ୍ତ ମାନଙ୍କ ସହିତ ନାମ ସଂକୀର୍ତ୍ତନ କରି ବେଢ଼ା ପରିକ୍ରମା କରିଥିଲେ । ତତ୍ ପରେ ହରିବୋଲ ହୁଳହୁଳି ଶଙ୍ଖଧ୍ୱନୀ ସହ ତ୍ରିଶୂଳକୁ ମନ୍ଦିର ଶିଖରରେ ସ୍ଥାପିତ କରା ଯାଇଥିଲା । ବିଭିନ୍ନ ବର୍ଷ ମାନଙ୍କ ରେ ଠାକୁର ଓ ଠାକୁରାଣୀ ଙ୍କ ବିବାହ କରାଇଥିବା ସମସ୍ତ ସମୁଦି ଓ ସମୁଦୁଣୀ ମାନଙ୍କର ମଧ୍ୟ ସମାଗମ ହୋଇଥିଲା ଓ ମନ୍ଦିରର ଉନ୍ନତି କଳ୍ପେ ଆଲୋଚନା କରା ଯାଇଥିଲା । ପୂଜା ଶେଷ ରେ ସମସ୍ତ ଭକ୍ତ ଗଣ ପ୍ରସାଦ ସେବନ କରି ପ୍ରଭୁ କୃପା ଲାଭ କରି ନିଜ ନିଜ ଘରକୁ ଫେରିଥିଲେ ।