‘ଲଭ୍ ଜିହାଦ’ ଅଭିଯୋଗ ନେଇ ନୀରବତା ଭାଙ୍ଗିଲେ ଆମିର
ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ନିକଟରେ ଗୌରୀ ସ୍ପ୍ରାଟଙ୍କୁ ତୃତୀୟ ବିବାହ କରିଛନ୍ତି। ଯାହା ପରେ ତାଙ୍କୁ ‘ଲଭ୍ ଜିହାଦ’ ଅଭିଯୋଗର ସାମ୍ନା କରିବାକୁ ପଡିଛି। ତାଙ୍କ ବିରୋଧରେ ଏକ ଫତୱା ମଧ୍ୟ ଜାରି ହୋଇଛି। ଆମିର ଖାନ ଏବେ ତାଙ୍କୁ “ଲଭ୍ ଜିହାଦର ବ୍ରାଣ୍ଡ ଆମ୍ବାସାଡର” ବୋଲି ଆଖ୍ୟା ଦିଆଯାଇଥିବା ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ପରିବାର ସବୁବେଳେ ବିଭିନ୍ନ ଧର୍ମର ଲୋକଙ୍କ ସହିତ ସମ୍ପର୍କକୁ ଗ୍ରହଣ କରିଆସିଛି ଏବଂ ତାଙ୍କର କୌଣସି ବିବାହରେ କୌଣସି ପତ୍ନୀଙ୍କର ଧର୍ମ ପରିବର୍ତ୍ତନ ହୋଇନାହିଁ।ମୋ ଦୁଇ ଭଉଣୀ ହିନ୍ଦୁଙ୍କ ସହିତ ବିବାହ କରିଛନ୍ତି, ଏବଂ ମୋ ଝିଅ ମଧ୍ୟ ଜଣେ ହିନ୍ଦୁଙ୍କ ସହିତ ବିବାହ କରିଛନ୍ତି। ମୋର ଭାଇ ମନସୁର ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ବିବାହ କରିଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ଗୌରୀ, କିରଣ କିମ୍ବା ରୀନା କେହି ସେମାନଙ୍କର ଧର୍ମ ପରିବର୍ତ୍ତନ କରିନାହାଁନ୍ତି, କାରଣ ଆମର ବିବାହ ନାଗରିକ ବିବାହ । ଗୌରୀ ହିନ୍ଦୁ ମଧ୍ୟ ନୁହଁନ୍ତି; ଖ୍ରୀଷ୍ଟିଆନ – ସେ ଏପରି ଜଣେ ଖ୍ରୀଷ୍ଟିଆନ ଯିଏକି କଠୋର ଭାବରେ ଧର୍ମ ପାଳନ କରନ୍ତି ନାହିଁ। ସମୟ ବିତିବା ସହିତ ଜୀବନ ଆହୁରି ଉପଭୋଗ୍ୟ ହେଉଛି।”