ରାଜଧାନୀରେ ୨ ଯୁବକଙ୍କୁ ପ୍ରେମ କରି ଝୁଲି ପଡ଼ିଲେ ଯୁବତୀ

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଯୁବତୀ ଜଣକ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ଏକା ସାଙ୍ଗରେ ୨ ଯୁବକଙ୍କୁ ପ୍ରେମ କରି ଧରାପଡ଼ିବା ପରେ ଜୀବନ ହାରିଛନ୍ତି ବୋଲି ଅଭିଯୋଗ ହୋଇଛି। ଘଟଣା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ମଧ୍ୟରୁ ଜଣେ ମୃତ ନର୍ସଙ୍କ ପୂର୍ବତନ ପ୍ରେମିକ ବୋଲି ସୂଚନା ମିଳିଛି ।

ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ପୂର୍ବତନ ପ୍ରେମିକ ତାଙ୍କୁ ବ୍ଲାକମେଲ୍ କରୁଥିଲେ, ଯାହା ଫଳରେ ସେ ମାନସିକ ଚାପରେ ରହୁଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ଆତ୍ମହତ୍ୟା କି ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ମୋବାଇଲ୍ ଫୋନ୍, ଡିଜିଟାଲ୍ ପ୍ରମାଣ ଏବଂ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯାଉଛି । ପୁଲିସ କହିଛି, ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ତଥ୍ୟ ଏବଂ ତଦନ୍ତରୁ ମିଳୁଥିବା ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ । ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ସମସ୍ତ ଦିଗକୁ ଗୁରୁତ୍ୱର ସହ ଖତିଆନ କରାଯାଉଛି ।