ମହିଳା ନିଖୋଜ ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ
ଗଣିଆ,-(ବିଶ୍ୱରଂଜନ ସେଠି ), ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ ଗଣିଆ ଗୋପାଳ ସାହିରେ ବସବାସ କରୁଥିବା ଜଣେ ବିବାହିତା ମହିଳା ନିଜର କନ୍ୟାସନ୍ତାନ ଓ ସ୍ୱାମୀକୁ ଛାଡ଼ି ନିଖୋଜ ହେବା ଗଣିଆ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଂଟିଲୋ ଗ୍ରାମର ଦିପୁ ମହାରଣା ୪ବର୍ଷ ହେଲା ଗଣିଆ ଗୋପାଳ ସାହିରେ ଘରଭଡ଼ା ନେଇ ରହୁଥିଲେ । ଗତ ୧୦/୭/୨୦୨୬ରିଖ ଶୁକ୍ରବାରଦିନ ଦିପୁ ମହାରଣା ଘରେ ନଥିବାବେଳେ ଝିଅ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲା । ବିଦ୍ୟାଳୟରୁ ଝିଅ ଆସି ଘରେ ପଂହଚିଲା ପରେ ବୋଉ ଘରେ ନଥିବାବେଳେ ସବୁଆଡ଼େ ସାଇପଡ଼ିଶା ଖୋଜାଖୋଜି କରିଥିଲା । ଶେଷରେ ବାପାଙ୍କୁ ଫୋନ କରିଥିଲା । ଦିପୁ ମହରରଣା ଘରକୁ ଆସି ନିଜ ସଂମ୍ପର୍କୀୟ ବନ୍ଧୁବାନ୍ଧବ ଓ ଶ୍ୱଶୁର ଘରକୁ ମଧ୍ୟ ନିଜ ସ୍ତ୍ରୀ ଟିକିନା ଘରେ ନଥିବା ଜଣାଇବା ପରେ ନିରାଶ ହୋଇଥିଲା । ସାଙ୍ଗରେ ଭ୍ୟାନିଟି ସହିତ ଆଧାର କାଡ଼, ଭୋଟର କାର୍ଡ଼, ପ୍ୟାନ କାର୍ଡ଼, ପାସ ଫଟୋ ନେଇ ଯାଇଛନ୍ତି । ସବୁଆଡ଼ୁ ନିରାଶ ହେବା ପରେ ଦିପୁ ମହାରଣା ଗଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଛନ୍ତି । ସେପଟେ ୧୪ ବର୍ଷର ଝିଅ ମା’ର ଫେରିବା ବାଟକୁ ଚାହିଁ ବସିଛି ।