ଗଜପତିଙ୍କୁ ଇସ୍କନର ଚିଠି: ତିଥି ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ପ୍ରତିଶ୍ରୁତି-ବେଙ୍ଗାଲୁରୁ ଇସ୍କନ
ପୁରୀ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ । ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା । ବେଙ୍ଗାଳୁରୁ ଇସ୍କନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଇସ୍କନ ଗ୍ରୁପ୍ ଭାରତ ଓ ବିଦେଶରେ ଶ୍ରୀଲା ପ୍ରଭୁପାଦ ଇସ୍କନ ନାମରେ ପରିଚିତ । ସେମାନେ ପଶ୍ଚିମବଙ୍ଗର ମାୟାପୁର ମୁଖ୍ୟାଳୟ ଥିବା ଇସ୍କନ ଗ୍ରୁପ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱାଧୀନ ପ୍ରତିଷ୍ଠାନ । ପଶ୍ଚିମବଙ୍ଗରେ ଥିବା ଇସ୍କନ ମୁମ୍ବାଇ, ମହାରାଷ୍ଟ୍ରରେ ପଞ୍ଜିକୃତ ।ତାଙ୍କର ଶ୍ରୀଲା ପ୍ରଭୁପାଦ ଇସ୍କନ ଅଫିସିଆଲ୍ ମୁଖ୍ୟାଳୟ ବାଙ୍ଗାଲୋର, କର୍ଣ୍ଣାଟକରେ ପଞ୍ଜିକୃତ ଅଛି । ବେଙ୍ଗାଳୁରୁ ଇସ୍କନର ବୃନ୍ଦାବନ ଚନ୍ଦ୍ରୋଦୟ ମନ୍ଦିର-ବୃନ୍ଦାବନ, ମଥୁରା, ଉତ୍ତରପ୍ରଦେଶ ଅଛି । ସେମାନେ ସାରା ବିଶ୍ବରେ ସବୁ କେନ୍ଦ୍ରରେ ନଅ ଦିନର ରଥଯାତ୍ରା ସମୟସୀମା ମଧ୍ୟରେ ରଥଯାତ୍ରା କରିବୁ, ଯାହା ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ମୂଳ ପୀଠଙ୍କ ଦ୍ୱାରା ପରାମର୍ଶ ଦିଆଯାଇଛି । ଆମେ ନିର୍ଦ୍ଦିଷ୍ଟ ତିଥିରେ ସ୍ନାନ ଯାତ୍ରା ବିଧି ମଧ୍ୟ କରୁଛୁ ।