୫କିଲୋ ୭୫୦ଗ୍ରାମ ଗଂଜେଇ ଜବତ- ବାଇକ ସହିତ ଜଣେ ୩ଗିରଫ

ଗଣିଆ,-( ବିଶ୍ୱରଂଜନ ସେଠି ) କନ୍ଧମାଳ ରୁ ଭୁବନେଶ୍ବର,କଟକ ପରି ବିଭିନ୍ନ ଅଞ୍ଚଳକୁ ଗଣିଆ ଓ ଦଶପଲ୍ଲା ଦେଇ ଗଂଜେଇ ଚାଲାଣ ହେଉଛି । ଏ ନେଇ ଗଣିଆ ପୋଲିସ ଗଂଜେଇ ଚୋରା ଚାଲାଣ ଉପରେ ଚଢାଉ କରି ସଫଳତା ପାଇଥିବା ସୁଚନା ମିଳିଛି । ମିଳିଥିବା ସୁଚନା ଅନୁସାରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସଆଇ ଶ୍ୟାମ ସୁନ୍ଦର ପ୍ରଧାନ ଛାମୁଣ୍ଡିଆ, ଏ ଏସ ଆଇ ଏସ ଆଇ ଶାହା ଆଲମ୍ ଖାନ୍ ଗଣିଆ – ଛାମୁଣ୍ଡିଆ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦୂପଲ୍ଲି ଛକରୁ କି୫.୭୫୦ଗ୍ରାମ ଗଂଜେଇ ସହିତ ୩ଜଣକୁ ଗିରଫ କରିଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ୱରାଜ ବେହେରା(୩୦), ବାପି ଦିଗାଲ (୨୪) ଓ ବୌଦ ସହରର ରଞ୍ଜିତ ଷଣ୍ଢ (୩୮)। ଗିରଫ ୩ ଜଣ ଓଡି ୧୨ ଏଚ ୨୬୭୬ ନମ୍ବର ବିଶିଷ୍ଟ ପଲସର ବାଇକରେ ଗୋଟିଏ ଜରିବସ୍ତାରେ ଗଂଜେଇ ଧରି ଆସୁଥିବା ବେଳେ ପୋଲିସ ତାକୁ ଅଟକାଇ ଗଂଜେଇ ସହିତ ବାଇକଟିକୁ ଜବତ କରି ଥାନାକୁ ଆଣିଥିଲେ । ଏ ନେଇ ଗଣିଆ ପୋଲିସ୍ ତରଫରୁ କେସ ନଂ ୧୦୭/୨୬ ରୁଜ୍ଜୁ କରାଯାଇଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଚନା ଦେଇଛନ୍ତି ।