ଆସିବ ୧୦ କେଜିଆ ଗ୍ୟାସ୍ ସିଲିଣ୍ଡର, ​ପ୍ରସ୍ତୁତିରେ ସରକାରୀ ତୈଳ କମ୍ପାନୀ

ଛୋଟ ବ୍ୟବସାୟୀଙ୍କ ପାଇଁ ଖୁବ ଶୀଘ୍ର ଆସିବ ୧୦ କିଲୋଗ୍ରାମର ହାଲକା କମ୍ପୋଜିଟ୍ ଏଲପିଜି ସିଲିଣ୍ଡର | ଯାହା ଦ୍ୱାରା ଛୋଟ ବ୍ୟବସାୟୀ, ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା, ଛାତ୍ର, ଭଡାରେ ରହୁଥିବା ଲୋକେ ଏବଂ ପ୍ରବାସୀ ଶ୍ରମିଙ୍କ ପାଇଁ ରୋଷେଇ ଗ୍ୟାସ୍ ବ୍ୟବହାର ପୂର୍ବ ତୁଳନାରେ ଆହୁରି ସହଜ ହେବ। ସରକାର ତୈଳ କମ୍ପାନୀ ଇଣ୍ଡିଆନ ଅଏଲ (IOC), ଭାରତ ପେଟ୍ରୋଲିୟମ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ଏବେ ୧୦ କିଲୋଗ୍ରାମର ହାଲକା କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ଘରୋଇ ଗ୍ରାହକଙ୍କ ସହିତ କମର୍ସିଆଲ ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧତା ବଢାଇବାର ପ୍ରସ୍ତୁତି କରୁଛି। ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ଅପେକ୍ଷାରେ | ଏହି ନୂଆ ସିଲିଣ୍ଡର ହାଇ ଡେନସିଟି ପଲିଏଥିଲିନ୍ (ଏଚଡିପିଇ) ଆଧାରିତ ଆଡଭାନ୍ସ କମ୍ପୋଜିଟ୍ ଟେକ୍ନୋଲୋଜିରୁ ପ୍ରସ୍ତୁତ କରାଯାଇଛି। ଏହାର ସବୁଠାରୁ ବଡ଼ ବିଶେଷ୍ବତ ହେଉଛି ଏହା ପାରମ୍ପାରିକ ସିଲିଣ୍ଡର ତୁଳନାରେ ପ୍ରାୟ ୫୦% ପର୍ଯ୍ୟନ୍ତ ହାଲକା। କମ୍ ଓଜନ ହୋଇଥିବାରୁ ସିଡିରେ ଟେକିକି ନେବା, ଛୋଟ ଦୋକାନରେ ରଖିବା ଓ ଦୈନିକ ବ୍ୟବହାର କରିବାରେ ଖୁବ୍ ସହଜ ହୋଇଯିବ। କେବଳ ସେତିକି ନୁହେଁ ଏହାର ବାହାର ଭାଗ ପାରଦର୍ଶୀ ବା ଟ୍ରାନ୍ସପରେଣ୍ଟ ରହିଥାଏ। ଫଳରେ ବିନା କୌଣସି ଅତିରିକ୍ତ ଜିନିଷ ଏଥିରେ ସହଜରେ ଦେଖି ହେବ। ସିଲିଣ୍ଡରରେ କେତେ ଗ୍ୟାସ ରହିଛି। ତାହା ବି ଗ୍ରାହକ ଦେଖିପାରିବେ ଏବଂ ସହଜରେ ରିଫିଲ୍ କରିବାରେ ସୁବିଧା ମିଳିବ।ଏବେ ଏହି ୧୦ କେଜି ଥିବା କମ୍ପୋଜିଟ୍ ସିଲିଣ୍ଡର ଘରୋଇ ଗ୍ରାହକଙ୍କ ପାଇଁ ସୀମିତ ସ୍ତରରେ ଉପଲବ୍ଧ ରହିଛି। HPCL ଏହାକୁ HP Gas Ojas, IndianOil ଏହାକୁ Indane Xtralite ଓ Bharatgas Lite ନାମରେ ବିକ୍ରି କରାଯାଉଛି। ଏବେ ତେଲ କମ୍ପାନୀ ଏହାକୁ ଟେକ୍ନିକାଲି କମର୍ସିଆଲ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଁଞ୍ଚାଇବାର ଯୋଜନା କରୁଛି। ରିପୋର୍ଟ ଅନୁସାରେ, ଏହି ଗ୍ୟାସ୍ ଏଜେନ୍ସି ବ୍ୟତୀତ କିଛି ରିଟେଲ ଆଉଟଲେଟ୍‌ରେ ମଧ୍ୟ କମର୍ସିଆଲ ଏଲପିଜିର ବିକ୍ରି ହୋଇପାରେ।ଯଦି ଏହି ଯୋଜନା ଲାଗୁ ହୁଏ, ତେବେ ସବୁଠାରୁ ଅଧିକ ଲାଭ ଛୋଟ ବ୍ୟବସାୟୀଙ୍କର ରହିବ। ଯାହାଙ୍କର ଗ୍ୟାସର ଆବଶ୍ୟକତା ସୀମିତ ରହିଛି। ତାଙ୍କୁ ଭାରି ସିଲିଣ୍ଡର ଧରିକି ବୁଲିବାକୁ ପଡିବନି। ଗ୍ୟାସ ସରିବା ଆଗରୁ ବି ଜଣାପଡିଯିବ।