ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ୩୭ତମ ପ୍ରତିଷ୍ଠା ଉତ୍ସବ ପାଳିତ
ଗଣିଆ -(ବିଶ୍ୱରଂଜନ ସେଠି ) ସୋମବାର ଗଣିଆ ବ୍ଳକ ଅନ୍ତର୍ଗତ ବେଲପଡ଼ାପାଟଣାସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୩୭ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ କାହ୍ନୁଚରଣ ରାଉତ ଯୋଗଦାନ କରିଥିବା ବେଳେ ହିନ୍ଦୀ ଶିକ୍ଷକ ନବକିଶୋର ମହାରଣା ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ମହାରଣା, ଉପସଭାପତି ମୋନାଲିସା ମହାରଣାଙ୍କ ସମେତ ସମସ୍ତ ସଭ୍ୟସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ନବାଗତ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟ ଅତିଥି ବିଦ୍ୟାଳୟର ଐତିହ ସଂପର୍କରେ ଶିକ୍ଷାଥ୍ରୀମାନଙ୍କୁ ସୁଚନା ପ୍ରଦାନ କରିବା ସହିତ ମନଦେଇ ପାଠ ପଢିବା, ଗୁରୁଜନ ତଥା ଗୁରୁମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରିବା ଆଦି ବିଭିନ୍ନ ପ୍ରକାର ହିତ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀମାନେ ଯୋଗଦାନ କରିଥିବାବେଳେ ଶିକ୍ଷକ ସମୀର କୁମାର ମହାପାତ୍ର, ନିରଂଜନ ମହାରଣା, ସୁଦାମ ସାହୁ, ମଂଜୁଲତା ବାରିକ, ବିଜୟ କୁମାର ମହାପାତ୍ର, ଅକ୍ଷୟ କୁମାର ସାହୁ, ପୁର୍ଣ୍ଣଚନ୍ଦ୍ର ରଣା ଓ ଆଲୋକ କୁମାର ପୃଷ୍ଟି ସହଯୋଗ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।