୭ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ! ଗସ୍ତକୁ ନେଇ ରାଜନୀତି ଜୋର
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳେ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୁର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ହୋଇଥିବା କୁହାଯାଉଛି । ତେବେ ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି. ଆଗକୁ ସଂସଦ ଅଧିବେଶନ ଥିବାରୁ ଦିଲ୍ଲୀରେ ବିଜେଡି ସାଂସଦ ମାନଙ୍କୁ ଭେଟିବାକୁ ଯାଇଥାଇପାରନ୍ତି । ସେମାନଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।