ଗଣିଆରେ ନୂତନ ପେଟ୍ରୋଲ ଟାଙ୍କି ଉଦଘାଟନ କଲେ କନ୍ଧମାଳ ସାଂସଦ

ଗଣିଆ -(ବିଶ୍ୱରଂଜନ ସେଠି ) ମଙ୍ଗଳବାର ଦିନ ଗଣିଆ ବ୍ଳକ ସ୍ଥିତ କିଶୋରପ୍ରସାଦ ପଂଚାୟତର ପତଣ୍ଡା ନିକଟରେ ଏକ ନୂତନ ପେଟ୍ରୋଲ ଟାଙ୍କି ଉଦଘାଟନ ହୋଇଯାଇଛି । ଏହାକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ବରିଷ୍ଠ ନାଗରିକ ମଂଚର ସଭାପତି ଗିରିଶ କୁମାର ମିଶ୍ର, ଗଣିଆ ସରପଂଚ ଗିରିଧାରୀ ସେଠୀ, ବେଲପଡ଼ା ସରପଂଚ ସୁକାନ୍ତ କୁମାର ଗଣ୍ଠିଆ, ରାସଙ୍ଗ ସରପଂଚ ମାନସ କୁମାର ମହାଖୁଡ଼, ବିଜେପି ନେତ୍ରୀ ମଧୁସ୍ମିତା ବଳିଆରସିଂ, ଇନ୍ଦୁମତି ନାୟକ ଉପସ୍ଥିତ ଥିଲେ ।

ଏହି ପେଟ୍ରୋଲ ଟାଙ୍କି ର ପ୍ରୋପ୍ରାଇଟର ଲକ୍ଷ୍ମଣ ବେହେରାଙ୍କ ସୁପୁତ୍ର ବିଜୟ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବ୍ଳକରେ ପୂର୍ବରୁ ଗୋଟିଏ ପେଟ୍ରୋଲ ଟାଙ୍କି ଗଣିଆ-ଦଶପଲା ରାସ୍ତାରେ ଥିବାବେଳେ ଏହା ନୂତନଭାବେ ଗଣିଆ-କଂଟିଲୋ ରାସ୍ତାରେ ଉଦଘାଟିତ ହୋଇଛି । ଏହି ପେଟ୍ରୋଲ ଟାଙ୍କି ହେଲାପରେ ହିତାଧିକାରୀମାନେ ଉପକୃତ ହୋଇପାରିବେ ।