କାଉଡ଼ିଆଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଜଳଲାଗି ନିମନ୍ତେ ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନର ପ୍ରସ୍ତୁତି ବୈଠକ।

ଆଠଗଡ ୧୪/ ୦୭ (ମାନସ ରଞ୍ଜନ ସାହୁ)ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଆଠଗଡ଼ ଜଳସମ୍ପଦ ବିଭାଗୀୟ ଅଧିକାରୀଙ୍କ ଅପାରଗତା ପାଇଁ ଦିନକୁ ଦୀନ ସଂକୁଚିତ ହେବାକୁ ଲାଗଲାଣି ଏବଂ ନିମ୍ନ ମାନର କାର୍ଯ୍ୟ ପାଇଁ କୋଉଠି ଅତଡା ଖାଇଲାଣି ତ କେଉଁଠାରେ ପଥର ପ୍ୟାକିଙ୍ଗ ଦବିଲାଣି।ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜଳସମ୍ପଦ ବିଭାଗୀୟ ଅଧିକାରୀଙ୍କ ଦେଖା ନ ଥାଏ। ପୀଠକୁ ପାନୀୟ ଜଳ ପାଇଁ ଖନନ ବୋରିଙ୍ଗ ଗୁଡ଼ିକରୁ ଦୂଷିତ ପାଣି ବାହାରୁଥିବା ବେଳେ ପାଣି ଟାଙ୍କି ଗୁଡିକ ସଫା ହେଉ ନାହିଁ କି ଭାଙ୍ଗି ଥିବା ଟ୍ୟାପ ଗୁଡିକର ମରାମତି କରା ଯାଉ ନାହିଁ।ଫଳରେ ଏହି ପାଣି ପିଇଲେ ବିଭିନ୍ନ ରୋଗ ସଂକ୍ରମଣ ହେବାର ଆଶଙ୍କା କଥା ଉଠାଇଥିଲେ।ପୀଠରେ ଥିବା ଦୀପ ଦୋକାନରେ ନକଲି ଘିଅ ସହିତ ଭକ୍ତକୁ ଚଢା ଦରରେ ବିକ୍ରି କରୁଥିବାରୁ ଭକ୍ତ ଅସନ୍ତୋଷ ପ୍ରକାଶ କଥା ଉଠାଇଥିଲେ ଗଣମାଧ୍ୟମ ପ୍ରତିନିଧି।ଚଢ଼ା ଦରରେ ଦୀପ ବିକ୍ରିର କାରଣ ନିଲାମ ଧାରି ଚଢା ଦରରେ ନିଲାମ ନେବାରୁ ଏହି ଭଳି ସମସ୍ୟା ଦେଖିବାକୁ ମିଳୁଛି।ଆଉ ସବୁ ପରେ ପୀଠରେ ଚତୃରପାର୍ଶ୍ଵରେ ଚାଲିଥିବା କାର୍ଯ୍ୟ ସବୁ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ହେଉଥିବାରୁ ଠିକାଦାର ଯେମିତି ପାରିଲା ସେମିତି କରିବା ସହିତ ଯନ୍ତ୍ରୀଙ୍କ ମୋଟା ଅଙ୍କର ପିସି ଦେଇ ବିଲ କରାଇ ନେଉଥିବା ଅଭିଯୋଗ ଆସିଥିଲା।ଆଉ ଏହି ସବୁ କାର୍ଯ୍ୟ କେମିତି ଚାଲିଛି ନିଜେ ଦେବୋତ୍ତର ଅଧିକାରୀ ବୁଲି ଦେଖିବା ପାଇଁ ବୈଠକରେ କୁହାଯାଉଥିଲା।ଏହି ସବୁ କାର୍ଯ୍ୟ ସମସ୍ୟା ପାଇଁ ଦାୟୀ କିଏ, କାହା ସ୍ୱାର୍ଥରେ ବାବା ଧବଳେଶ୍ୱର ପୀଠ, ଆଉ ସବୁ ପରେ ପ୍ରସ୍ତୁତି ବୈଠକରେ ଉନ୍ନୟନ ମୂଳକ କାର୍ଯ୍ୟର ଆଲୋଚନା ପାଣିରେ ଗାର ସଦୃଶ୍ୟ ବୋଲି ପ୍ରଶ୍ନ ଉଠିଥିଲା।ଶ୍ରାବଣ ମାସରେ ବାବା ଧବଳେଶ୍ୱରଙ୍କ ପୀଠ ରେ କାଉଡ଼ିଆ ମାନଙ୍କ ଦ୍ୱାରା ଜଳଲାଗି ପାଇଁ ଆଜି ପୂର୍ବାହ୍ନରେ ୧୧ଘ୩୦ମି ସମୟରେ ବାବା ଧବଳେଶ୍ୱରଙ୍କ ପୀଠ ରେ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ତା ୦୩. ୦୮. ୨୦୨୬ ରିଖ ଠାରୁ ତା ୨୪. ୦୮. ୨୦୨୬ ରିଖ ମଧ୍ୟରେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ରେ କାଉଡ଼ିଆ ମାନଙ୍କ ଦ୍ୱାରା ଅର୍ପଣ କରାଯାଉଥିବା ଜଳ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଶ୍ରାବଣ ମାସରେ ଭକ୍ତ ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ, ଉଚ୍ଚ କ୍ଷମତା ସଂପର୍ଣ୍ଣ ମାଇକ ସାଉଣ୍ଡକୁ ନିଷେଧ ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ କରିବା ଏବଂ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ନଦୀ ଘାଟରେ ପାଖରେ ସଜାଗ ରହିବା ନିମନ୍ତେ ଆଜି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଉକ୍ତ ବୈଠକରେ ଆଠଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀ ଆକାଶ କୁମାର ପଣ୍ଡା,ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ,ଗୁରୁଡିଝାଟିଆ ଥାନା ଅଧିକାରୀ ଶ୍ରୀ ଶୁଭେନ୍ଦୁ ମିଶ୍ର , ସେବାୟତ ସଂଘ ର ସଭାପତି ବିଷ୍ଣୁ ଚରଣ ପତ୍ରି, ବିଭାଗୀୟ ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିବାବେଳେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେବାୟତ ସଂଘ ସମ୍ପଦକ ନରେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।