କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ

ବ୍ରହ୍ମପୁରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବତୀ ଜଣକ ବଡବଜାର ଥାନା ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳର ରାଜେଶ୍ୱରୀ ବୋଲି ଜଣାପଡ଼ିଛି ।ତେବେ ଯୁବତୀ ଜଣଙ୍କ କାହିଁକି ନିଜକୁ ଜାଳିଦେଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ରାଜେଶ୍ୱରୀ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଗତକାଲି ସେ ହଠାତ୍ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଉଥିଲା । ଦୁର୍ଭାଗ୍ୟବଶତଃ, କଟକ ନେଉଥିବା ସମୟରେ ବାଟରେ ହିଁ ରାଜେଶ୍ୱରୀଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।