ପୁରୀ ରଥଯାତ୍ରାରେ ଠେଲାପେଲା: ୨ଜଣଙ୍କର ମୃତ୍ୟୁ ଓ ୧୫୦ ରୁ ଅଧିକ ଗୁରୁତର
ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଏକ ଅଘଟଣ ଘଟି ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୫୦ ରୁ ଅଧିକ ଗୁରୁତର ହୋଇଛନ୍ତି ।ସୂଚନା ଅନୁସାରେ ପୁରୀ ମରିଚକୋଟ ଛକ ନିକଟରେ ଜଣେ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇ ତଳେ ପଡ଼ିଗଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ କଟକର ଅନିଲ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା ।