ବଳବତ୍ତର ରହିବ ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି : ଏସ ଜୟଶଙ୍କର

ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ ଦେଇଛନ୍ତି।ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK। ପାକିସ୍ତାନ ଦ୍ବାରା କାଶ୍ମୀରରେ ଅବୈଧ ଅଧିକୃତ ଅଞ୍ଚଳ ଖାଲି କରିବା। କାଶ୍ମୀର ଆଲୋଚନା ପାଇଁ ଦ୍ବାର ଖୋଲା ଅଛି ବୋଲି ଜୟଶଙ୍କର କହିଛନ୍ତି।ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ। ଏହି ସମୟରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ସହିତ ଆଲୋଚନା ସମ୍ପର୍କରେ ଭାରତର ମତ ପୁଣି ଥରେ ସ୍ପଷ୍ଟ କରିଛନ୍ତି।

You might also like