ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ । ନିଆଯିବ ଉଚିତ୍ ପଦକ୍ଷେପ
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ।ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି, ଜଗନ୍ନାଥ ଧାମର ନାମ ପବିତ୍ର ଓ ସ୍ୱତନ୍ତ୍ର । ଏହି ନାମ ପୁରୀ ସହିତ ଜଡ଼ିତ ରହିଛି । ଏହି ନାମକୁ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡିବା ଠିକ ନୁହେଁ ।ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଓ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ପୁରୀ କେବଳ ‘ଜଗନ୍ନାଥ ଧାମ’। ଅନ୍ୟ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ।
