ମାଆ ସିଦ୍ଧିଦାତ୍ରୀ ।


ଶାରଦୀୟ ନବରାତ୍ର ପୂଜା ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନବ ରାତ୍ରି ଓ ବିଜୟା ଦଶମୀ ପର୍ଯ୍ୟନ୍ତ ଦଶ ଦିନ ଧରି ପାଳିତ ହୁଏ। ନବରାତ୍ରିର ନବମ ଦିବସରେ ଦେବୀଙ୍କୁ ପଦ୍ମାସନା ଓ ଚତୁର୍ଭୁଜା ରୂପେ ପୂଜା କରାଯାଏ।ସେ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି।ମା’ ସିଦ୍ଧିଦାତ୍ରୀ ଦେବୀ ତପସ୍ୱୀର ସ୍ଵରୂପ। ତାଙ୍କ ଠାରୁ ଭଗବାନ ଶିବ ସିଦ୍ଧି ପ୍ରାପ୍ତ ହୋଇଥିଲେ। ମହାଦେବଙ୍କ ଅର୍ଦ୍ଧେକ ଶରୀର ଦେବୀଙ୍କ ସ୍ଵରୂପ ହୋଇ ଯାଇଥିଲା।
କେତେକ ପୁରାଣରେ ଦେବୀଙ୍କ ବାହନ ସିଂହ ଓ ସେ ପଦ୍ମାସନା।
ସିଦ୍ଧିଦାତ୍ରୀଙ୍କ ପୂଜାରେ ନବାନ୍ନ ପ୍ରସାଦ,ନବରସ ଯୁକ୍ତ ଭୋଜନ ଓ ନଅ ପ୍ରକାରର ଫଳଫୁଲ ଆଦି ଅର୍ପଣ କରି ପୂଜା ସମାପନ କରାଯାଏ। ଏହି ରୂପରେ ମା’ଙ୍କ ଆଶୀର୍ବାଦରୁ ଭକ୍ତ ମାନଙ୍କ ମନୋବାଞ୍ଚ୍ଛା ପୂର୍ଣ୍ଣ ହୁଏ। ଶେଷ ଦିନରେ ବିଜୟା ଦଶମୀ ପାଳନ କରାଯାଏ।।
ଆଲେଖ୍ୟ::
ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।