ମଙ୍ଗଳବାର କମିଲା ସୁନାଦର! 

ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା କମ ହୋଇଛି । ଦେଶର ଅଧିକାଂଶ ସହରରେ ସୁନା ଦର ୯୫,୦୦୦ ଟଙ୍କା ଆଖପାଖରେ କାରବାର କରୁଛି । ରୂପା ଦର ୯୯,୮୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ୧ କେଜି ଚାନ୍ଦିର ଦାମ ୨,୧୦୧ ବଢ଼ି ୯୫,୦୩୦ ପ୍ରତି କେଜି ହୋଇଛି। ଏହା ପୂର୍ବରୁ ଚାନ୍ଦିର ଦାମ୍ ୯୨,୯୨୯ ପ୍ରତି କେଜି ଥିଲା। ସେହିଭଳି ୨୮ ମାର୍ଚ୍ଚରେ ଚାନ୍ଦି ୧,୦୦,୯୩୪ର ଅଲଟାଇମ୍ ହାଇ ଛୁଇଁଥିଲା।

ତେବେ ଭୁବନେଶ୍ବର କଥା ଦେଖିଲେ ମଙ୍ଗଳବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୯୫, ୧୮୦ ଟଙ୍କା ରହିଛି। ଯାହା ଗତକାଲି ୯୫, ୫୧୦ ଟଙ୍କା ରହିଥିଲା। ସେହିଭଳି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ଗତକାଲି ୮୭, ୫୫୦ ଟଙ୍କା ରହିଥିଲା। ଯାହା ମଙ୍ଗଳବାର ୮୭, ୨୦୦ ଟଙ୍କା ରହିଛି।

You might also like