ସମ୍ବଲପୁର ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା ।
ସମ୍ବଲପୁର ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲିବା ଉପରେ ରୋକ ଲଗାଯାଇଛି । ହୀରାକୁଦ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ମଧ୍ୟ ହୀରାକୁଦକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିସହ ହୀରାକୁଦରେ ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରଖିଛନ୍ତି ।
