ସମସ୍ତ ପ୍ରକାର ମିଡ଼ିଆକୁ ଲାଇଭ୍ କଭ୍ରେଜ ଠାରୁ ଦୂରେଇ ରୁହିବାକୁ ନିର୍ଦ୍ଧେଶ
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସାରା ଦେଶରେ ଭୟର ପରିସ୍ଥିତି ଲାଗି ରହିଛି । ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳର ଲୋକମାନେ ବଙ୍କରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ବର୍ତ୍ତମାନର ସ୍ଥିତିକୁ ନେଇ ଲାଇଭ୍ କଭରେଜଠାରୁ ଦୂରରେ ରହିବାକୁ କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଗୁରୁବାର ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ମିଡିଆ ଆଉଟଲେଟ୍, ଡିଜିଟାଲ ପ୍ଲାଟଫର୍ମ ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ଆଡଭାଇଜରି ଜାରି କରିଛନ୍ତି ।ସୂତ୍ରଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ।ଏହାସହିତ ସେନାର ଫଟୋ, ଭିଡିଓ ଅପଲୋଡ କରିବାକୁ ମନା କରିଛି ମନ୍ତ୍ରଣାଳୟ ।ପୂର୍ବରୁ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମକୁ ଜାତୀୟ ସୁରକ୍ଷା ନେଇ କିଛି ବି ଦେଖାଇବାକୁ ମନା କରିଥିଲା ମନ୍ତ୍ରଣାଳୟ । ଲାଇଭ ଷ୍ଟ୍ରିମିଂ ଯୋଗୁଁ ଭାରତର ବଡ଼ କ୍ଷତି ହୋଇପାରେ ।
