ବିଧାନସଭାରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ, କେବେ ମିଳିବ ଜାତୀୟ ମାନ୍ୟତା

ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା । ସେଥିମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା ।

ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି । ବାଲିଯାତ୍ରାରେ ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ଵ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର । ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ ସୋଫିଆ । ଐତିହ୍ୟ ମାନ୍ୟତା ଦେବାକୁ ସରକାର କହୁଥିବା ବେଳେ ନିଲାମ ପ୍ରକ୍ରିୟା ବନ୍ଦ ହେଲେ ବାଲିଯାତ୍ରାରେ ସୌନ୍ଦର୍ୟ୍ୟ ବଢିବ ବୋଲି କହିଛନ୍ତି ସୋଫିଆ । ସେପଟେ ମନ୍ତ୍ରୀ କହିଛନ୍ତି, ପୂର୍ବ ସମୟରୁ ଏ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ୍ ଏ ସଂକ୍ରାନ୍ତରେ ତର୍ଜମା କରାଯିବାର ଆବଶ୍ୟକ ରହିଛି । ବିଶ୍ବସ୍ତରୀୟ ପ୍ରଚାର ପ୍ରସାର,ଓ ଐତିହାସିକ ମାନ୍ୟତା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଅନ୍ୟପଟେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦାବିରେ ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବହୁ ଉଦ୍ୟମ କରିଥିଲେ ବୋଲି କହିଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଏହାର ଉତ୍ତରରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ସେମାନଙ୍କର କାମ । ବାଲିଯାତ୍ରାକୁ ୟୁନେସ୍କୋର କିପରି ଜାତୀୟ ମାନ୍ୟତା ମିଳିବ, ସେନେଇ ଏକ ବିଶେଷଜ୍ଞ ଟିମ ୟୁନେସ୍କୋ ଟିମ୍ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖା ଅଛି ବୋଲି କହିଛନ୍ତି ମନ୍ତ୍ରୀ ।

You might also like