ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା UPSC ମାଗଣା କୋଚିଂ ପାଇଁ ଆବେଦନ ପ୍ରକ୍ରିୟା । 

ଓଡ଼ିଶା ସରକାର ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମାଗଣା କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୫୦୦ ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୧୧ ମାସର ମାଗଣା କୋଚିଂ (ପ୍ରିଲିମି ଓ ମେନ -ଜି ଏସ ଓ ଅପସନାଲ ) ଦିଆଯିବାକୁ ଘୋଷଣା କରାଯାଇଛି ।ରାଜ୍ୟ ସରକାରଙ୍କ ମାଗଣା UPSC କୋଚିଂ ପାଇଁ ଆରମ୍ଭ ହୋଇଛି ଆବେଦନ ପକ୍ରିୟା । ଆଜି ଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ହେବ ଆବେଦନ ଦିନ । ସମସ୍ତ ଆବେଦନ ଅନଲାଇନରେ କରାଯିବ। 1 ଜୁଲାଇରେ ୱେବ ସାଇଟରୁ ଆଡମିଟ କାର୍ଡ ଡାଉନଲୋର୍ଡ କରିପାରିବେ । 6 ଜୁଲାଇରେ ହେବ UPSC ମାଗଣା କୋଚିଂ ପାଇଁ ପରୀକ୍ଷା । ତେବେ ଯୋଗ୍ୟ ପ୍ରାର୍ଥୀମାନେ ଏବେ http://samsodisha.gov.in ମାଧ୍ୟମରେ ପ୍ରବେଶ ପରୀକ୍ଷା ପାଇଁ ଆବେଦନ କରିପାରିବେ।

SAMS ୱେବସାଇଟରେ ସାଧାରଣ ଆବେଦନ ପତ୍ର (COMMON APPLICATION FORM ) ଉପଲବ୍ଧ ତାରିଖ – 03-06-2025 (12 Noon ) ତେବେ ଏଣ୍ଟ୍ରାନ୍ସ ପରୀକ୍ଷା କରିବା ପାଇଁ OCAC ଦ୍ୱାରା SSB କୁ ଆବେଦନପତ୍ର ଡାଟା ଦେବାର ସମୟ – ତା 15-06-୨୦୧୫ | SSB ୱେବସାଇଟରେ ଆଡ଼ମିଟ କାର୍ଡ ଉପଲବ୍ଧ ତାରିଖ ହେଲା – 01-07-2025 Onwards ତେବେ ଏଣ୍ଟ୍ରାନ୍ସ ପରୀକ୍ଷା ତାରିଖ – 06-07-2025

ଅଧିକ ବିବରଣୀ ପାଇଁ : www.dhe.odisha.gov.in &www.samsodisha.gov.in

Contact Details :Helpdesk@0674-2954600, E-mail : civilservicesscheme2025@gmail.com

You might also like