କ୍ୟାବିନେଟରେ ଉପସ୍ଥାପନ ହେବ ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ହାଇକୋର୍ଟର ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । କ୍ୟାବିନେଟ୍ରେ ତଦନ୍ତ ରିପୋର୍ଟ ଉପସ୍ଥାପନା କରାଯିବ । ସରକାରୀ ନିଷ୍ପତ୍ତି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ୍ ଜେନେରାଲ । ଏନେଇ ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖରେ କରାଯିବ ।
ସ୍ୱତନ୍ତ୍ର କମିଶନ ଦ୍ୱାରା ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଥମେ ତଦନ୍ତ ଓ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।ସରକାର ରିପୋର୍ଟକୁ ସାର୍ବଜନିତ କରିବା ପାଇଁ ପ୍ରାରମ୍ଭିକ ଅବସ୍ଥାରେ କହୁଥିବାବେଳେ ପରବର୍ତ୍ତୀ ସମୟରେ ମତ ବଦଳାଇ ରିପୋର୍ଟକୁ ସାର୍ବଜନିନ କରିବେ ନାହିଁ ବୋଲି କହିଥିଲେ ।
