ଅବସର ନେବେ ହିଟ୍‌ମ୍ୟାନ୍ ରୋହିତ ଶର୍ମା ?

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ଟେଷ୍ଟରେ ବିଫଳତା ଦେଖୁଛି। କ୍ୟାପ୍ଟେନ୍ସିରେ ତାଙ୍କର ଆଉ ସେହି ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ୍ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ବି ଫେଲ୍ । ଫଳରେ ତାଙ୍କର ଅବସର ନେଇ ସବୁଠି ଚର୍ଚ୍ଚା ।

ଏମିତିକି ପୂର୍ବତନ କ୍ରିକେଟର ବି ରିଟାୟରମେଣ୍ଟ ସପକ୍ଷରେ । ଏବେ ଅପେକ୍ଷା କେବଳ ଘୋଷଣାକୁ ।ବର୍ତ୍ତମାନ ମେଲବୋର୍ନରେ ପରାଜୟ ପରେ ରୋହିତ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ତାଙ୍କ ପୋଷ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଭାରତୀୟ ଅଧିନାୟକ ୨୦୨୪କୁ ଧନ୍ୟବାଦ ଦେଇଥିଲେ। ରୋହିତ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ୨୦୨୪ର ସମସ୍ତ ଅଦ୍ଭୁତ ମୁହୂର୍ତ୍ତ ଶେୟାର କରିଥିଲେ, ଯେଉଁଥିରେ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ଭିଡିଓର କ୍ୟାପସନରେ ରୋହିତ ଶର୍ମା ଲେଖିଛନ୍ତି, ସମସ୍ତ ଉତ୍ଥାନ-ପତନ ଏବଂ ମଝିରେ ଥିବା ସବୁକିଛି ପାଇଁ ୨୦୨୪କୁ ଧନ୍ୟବାଦ।

You might also like