ସାଂସଦ ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ
ଭାରତୀୟ ଟିମର ଯୁବ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂଙ୍କର ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ ହୋଇଛି । ପ୍ରିୟା ସମାଜବାଦୀ ପାର୍ଟିର ସାଂସଦ । ଗତକାଲି ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏବେ ରିଙ୍କୁ ଓ ପ୍ରିୟା ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବେ ।ପ୍ରିୟା ସରୋଜ ବରିଷ୍ଠ ଭାଜପା ନେତା ବିପି ସରୋଜଙ୍କୁ ହରାଇ ଲୋକ ସଭାରେ ଏଣ୍ଟ୍ରି କରିଥିଲେ । ତାଙ୍କ ବାପା ତୁଫାନୀ ସରୋଜ ମଧ୍ୟ ମଛଲି ସହର ଲୋକ ସଭା ଆସନରୁ ୩ ଥର ଏମ୍ପି ଥିଲେ। ସେ ୧୯୯୯,୨୦୦୪,୨୦୦୯ରେ ଲୋକ ସଭା ନିର୍ବାଚନ ଜିତିଥିଲେ ।
ଏହାପରେ ତାଙ୍କ ଝିଅ ପ୍ରିୟା ସରୋଜ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦେଶର ଦ୍ୱିତୀୟ ସବୁଠାରୁ ଯୁବ ଏମ୍ପି ପାଲଟିଛନ୍ତି।ସେପଟେ ୨୭ ବର୍ଷୀୟ ରିଙ୍କୁ ସିଂ ଭାରତ ପାଇଁ ୨ଟି ଦିନିକିଆ ଏବଂ ୩୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ଆନ୍ତର୍ଜାତିକ ଦିନିକିଆରେ ୨୭.୫୦ ହାରାହାରିରେ ୫୫ ରନ୍ କରିଛନ୍ତି । ଟି-୨୦ରେ ରିଙ୍କୁ ୫୦୭ ରନ୍ ସଂଗ୍ରହ କରିଛନ୍ତି । ଏହି ଯୁବ କ୍ରିକେଟର ସମୁଦାୟ ୫୦ ଫାର୍ଷ୍ଟ କ୍ଲାସ୍, ୬୨ ଲିଷ୍ଟ-ଏ ଏବଂ ୧୫୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
