ସୌରଭ ହତ୍ୟାକାଣ୍ଡ:ମାଆ ହେବାକୁ ଯାଉଛନ୍ତି ମୁସ୍କାନ

ମିରଟର ବହୁଚର୍ଚ୍ଚିତ ସୌରଭ ହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ସାମ୍ନାକୁ ଆସିଛି । ସୌରଭ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ମୁସ୍କାନ ସମ୍ପର୍କରେ ଏକ ବଡ଼ ଖବର । ମୁସ୍କାନଙ୍କ ପ୍ରେଗ୍ନେନ୍ସି ଟେଷ୍ଟ ପଜିଟିଭ୍ ବାହାରିଛି ।ସୂଚନା ମୁତାବକ, ୫ ଏପ୍ରିଲରେ ମୁସ୍କାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ସେଥିରେ ଗର୍ଭବତୀ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା।କିନ୍ତୁ କୁହାଯାଉଛି ଯେ ଜେଲ ପ୍ରଶାସନ ତାଙ୍କ ତଦାରଖ ବୃଦ୍ଧି କରିପାରେ । ଜେଲରେ ନିୟମିତ ଭାବରେ ତାଙ୍କର ପରୀକ୍ଷା କରାଯିବ ବୋଲି କୁହାଯାଉଛି । ସେଠାରେ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯିବ । ତଥାପି, ପ୍ରେଗ୍ନେନ୍ସି ଟେଷ୍ଟ ପଜିଟିଭ୍ ଆସିବା ପରେ ଏବେ ଅନେକ ବଡ଼ ପ୍ରଶ୍ନ ଉଠାଯାଉଛି । ଏ କାହାର ପିଲା? ଏହି ପିଲାଟିର ଜନ୍ମ ପରେ କିଏ ତା’ର ଯତ୍ନ ନେବ?ଅଭିଯୋଗ ମୁତାବକ, ମୁସ୍କାନ ସାହିଲଙ୍କ ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ।

You might also like