ଆସିଲା HIV ପ୍ରତିଷେଧକ ଟୀକା
ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ। ଆଜି ପର୍ଯ୍ୟନ୍ତ ଏଚଆଇଭି ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ କରିବା ପାଇଁ କୌଣସି ଔଷଧ କିମ୍ବା ଟୀକା ତିଆରି ହୋଇନାହିଁ। ତେବେ ଆଶ୍ବସ୍ତିର କଥା ହେଉଛି ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ତେବେ ବିଶ୍ବର ପ୍ରଥମ HIV ପ୍ରତିରୋଧକ ଇଞ୍ଜେକ୍ସନକୁ ଆମେରିକା FDIର ମଞ୍ଜୁରୀ ଦେଇଛି । ବର୍ଷକୁ ଏହି ପ୍ରତିଷେଧକ ଇଂଜେକ୍ସନର ଦୁଇଟି ଡୋଜ ନେବାକୁ ପଡ଼ିବ । HIV ପ୍ରତିରୋଧକ କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ । ଆମେରିକୀୟ ଖାଦ୍ୟ ଓ ଔଷଧ ପ୍ରଶାସନ -FDA ଲେନାକାପାଭିର ନାମକ ଇଂଜେକ୍ସନକୁ ଅନୁମୋଦନ ଦେଇଛି । ଯାହା ଏଜ ଟୁଗୋ ବ୍ରାଣ୍ଡ ନାମରେ ଜଣାଶୁଣା । ଏଚଆଇଭି ପ୍ରତିରୋଧରେ କ୍ଲିନିକାଲ ଟ୍ରାଏଲରେ ଏଜଟୁଗୋ ଭଲ ଫଳାଫଳ ଦେଖାଇଛି ।ଉଲ୍ଲେଖଯୋଗ୍ୟ ଯେ ଏହି ଟୀକା ଏଚଆଇଭିର ଉପଚାର ନୁହେଁ। ଏହାକୁ କେବଳ ନେବା ଦ୍ୱାରା ଏଚଆଇଭି ସଂକ୍ରମଣକୁ ରୋକାଯାଇପାରିବ। ଏହି ଟୀକା ସେହି ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ପ୍ରସାରକୁ ରୋକିବ ଯେଉଁମାନେ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନାହାଁନ୍ତି। ଶରୀରରେ ଏହାର ପ୍ରଭାବ ୬ମାସ ପର୍ଯ୍ୟନ୍ତ ରହିଥାଏ । ଏଚଆଇଭି ସଂକ୍ରମିତଙ୍କୁ ଲେନାକାପାଭିର ଇଞ୍ଜେକସନ ପାଇଁ ୨୦୨୨ରେ ଅନୁମୋଦନ କରିଥିଲା FDA ।
