ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଅଭିଷେକ ବଚ୍ଚନ

ନୂଆ ଇଂନିସ୍ ଖେଳିବେ ଜୁନିୟର୍ ବଚ୍ଚନ୍ । ଅର୍ଥାତ୍ ରାଜାନୀତିରେ ପାଦ ଦେବାକୁ ଯାଉଛନ୍ତି ଅଭିଷେକ ବଚ୍ଚନ । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଅଭିଷେକ ବଚ୍ଚନଙ୍କ ଚଳଚ୍ଚିତ୍ର କ୍ୟାରିୟର ଯେକୌଣସି ପ୍ରକାରେ ଭଲରେ ଚାଲିନାହିଁ । ଏଭଳି ପରିସ୍ଥିତିରେ, ଯଦି ବିଶେଷଜ୍ଞମାନଙ୍କୁ ବିଶ୍ୱାସ କରାଯାଏ, ତେବେ ସେ ମଧ୍ୟ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାର ଚେଷ୍ଟା କରିପାରନ୍ତି ।

କେବଳ ଏତିକି ନୁହେଁ, ଅଭିଷେକ ବଚ୍ଚନ ୨୦୨୪ ମସିହାରେ ସମାଜବାଦୀ ପାର୍ଟି ଟିକେଟରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ବିଶେଷଜ୍ଞଙ୍କ ମତରେ ୨୦୨୪ରେ ସମାଜବାଦି ପାର୍ଟି ଅଭିଷେକଙ୍କୁ କରିପାରେ ପ୍ରାର୍ଥୀ ।

କାରଣ ତାଙ୍କ ମା ଜୟା ବଚ୍ଚନ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ । ସଂସଦରେ ବିଜେପି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି ଜୟା ।  ସମାଜବାଦୀ ପାର୍ଟି ପାଇଁ ୟୁପି ହେଉଛି ଏକ ବଡ ଚ୍ୟାଲେଞ୍ଜ । ଏଥିପାଇଁ ସମସ୍ତ ବଳ କୌଶଳ ଲଗେଇବ ଦଳ । ଦଳ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀ ଚୟନରେ ବେଶ୍ ଯତ୍ନବାନ ହେବେ। କେତେକ ଆସନରେ ସେଲିବ୍ରିଟିଙ୍କୁ ଓହ୍ଲାଇବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି ।କୁହାଯାଉଛି ରାଜନୀତିରେ ପ୍ରବେଶ ନିଷ୍ପତ୍ତି ନିଜେ ଅଭିଷେକଙ୍କୁ ନେବାକୁ ପଡ଼ିବ। ଏହାପରେ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ଦ୍ୱାରା ସବୁଜ ସଙ୍କେତ ଦିଆଯିବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

You might also like