ଆଠଗଡ଼ ମିଡିଆ ହାଉସ ପକ୍ଷରୁ ପଖାଳ ଦିବସରେ ବନ୍ଧୁ ମିଳନ ଅନୁଷ୍ଠିତ।
ଆଠଗଡ, ୨୦/୩ (ମାନସ ରଞ୍ଜନ ସାହୁ)-ଆଜି ଓଡ଼ିଆ ପାରମ୍ପାରିକ ଖାଦ୍ୟ ପଖାଳ ଦିବସ ଅବସରରେ ଆଠଗଡ଼ ମିଡିଆ ହାଉସ ପକ୍ଷରୁ ଖୁଣ୍ଟୁଣୀ ସ୍ଥିତ ହୋଟେଲ ମିଲନ ଫ୍ୟାମିଲି ରେଷ୍ଟୁରାଣ୍ଟ ଠାରେ ପଖାଳ ଦିବସ ପାଳିତ ହୋଇ ଯାଇଛି । ଆଠଗଡ ମିଡିଆ ହାଉସର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ବିଜୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସ୍ୱରାଜ କୁମାର ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ଦାସ,ସହ ସମ୍ପାଦକ ମାନସ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ଦେବବ୍ରତ ବେବେରା, ଉପଦେଷ୍ଟା ଶ୍ୱେତକାନ୍ତ ବେହେରା, ସୁକାନ୍ତ କୁମାର ଦଳେଇ, ଶ୍ରୀକାନ୍ତ ସ୍ୱାଇଁ, ସୋନାଲି କାଳିଆ, ରଞ୍ଜିତ ରାଉତ, ପରମାନନ୍ଦ ମୁଦୁଲି, ସଂଜୟ ମହାନ୍ତି,ସଂଜୟ ପଣ୍ଡା ଓ ମହେଶ୍ୱର ବେହେରା ପ୍ରମୁଖ ଆଠଗଡ଼ ଅଞ୍ଚଳର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ପଖାଳ ଦିବସର ତାତ୍ପର୍ଯ୍ୟ ଓ ମହତ୍ୱ ଉପରେ ନିଜ ନିଜର ମତ ରଖିଥିଲେ । ଆଗାମୀ ଦିନରେ ଏହି ସାମ୍ବାଦିକ ସଙ୍ଘକୁ ସୁପରିଚାଳନା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମ୍ପାଦକ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି।
