୧୪ ବର୍ଷ ରୁ କମ୍ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଟ୍ରଫି ଉଦଯାପିତ
ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ରାଜ୍ୟ ସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଫୁଟବଲ୍ ଟ୍ରଫି ଉଦଯାପିତ ହୋଇଯାଇଛି।ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଜିଲ୍ଲା କ୍ରୀଡା ସଂସଦର ମିଳିତ ଆନୁକୂଲ୍ୟରେ ଏହି ଟ୍ରଫି ଆୟୋଜିତ ହୋଇଥିଲା ।ଏଥିରେ ବାଳକ ବିଭାଗ ତରଫରୁ ୬ ଗୋଟି ଦଳ ଓ ବାଳିକା ବିଭାଗରୁ ୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।ବାଳକ ବିଭାଗରେ ପୋର୍ଟ କ୍ଲବ , ପାରାଦୀପ ଓ ୟୁ.ଜି ହାଇ ସ୍କୁଲ, ପୁରଣ ଟାଇଗର,ରଘୁନାଥପୁର ମଧ୍ୟରେ ସଙ୍ଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା।ଶେଷରେ ପୋର୍ଟ କ୍ଲବ, ପାରାଦୀପ ୧-୦ ଗୋଲରେ ଚାମ୍ପିଅନ ଟ୍ରଫି ହାସଲ କରିଥିବା ବେଳେ ପୂରଣ ଟାଇଗର ରନର୍ସଅଫ ହୋଇଥିଲେ | ସେହିପରି ବାଳିକା ବିଭାଗରେ ସରକାରୀ ହାଇ ସ୍କୁଲ,ପୂରଣ ଚାମ୍ପିଅନ ଟ୍ରଫି ହାସଲ କରିଥିବା ବେଳେ ବୋରିକିନା ହାଇ ସ୍କୁଲ ବାଳିକା ଦଳ ରନର୍ସଅଫ ହୋଇଥିଲେ। ଜ଼ିଲ୍ଲା କ୍ରୀଡା ସଂସଦ ସଂପାଦକ ଦୋଳଗୋବିନ୍ଦ ଦାଶ , ଉପସଭାପତି ଶ୍ରୀକାନ୍ତ ଚୌଧୁରୀ,ସାଧୁ ଚରଣ ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି ଓ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ | କ୍ରୀଡା ପରିଚାଳନାରେ କ୍ରୀଡା ଶିକ୍ଷକମାନେ ସହଯୋଗ କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ