ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅଦା ଶର୍ମା। 

ବଲିଉଡ ଅଭିନେତ୍ରୀ ଅଦା ଶର୍ମା । ତାଙ୍କ ଫିଲ୍ମ ‘କେରଳ ଷ୍ଟୋରୀ’ ଖୁବ୍‌ ଚର୍ଚ୍ଚାରେ ଅଛି।ଏହି ସମୟରେ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ସୁଦୀପ୍ତୋ ସେନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ହିନ୍ଦୁ ଏକତା ଯାତ୍ରାରେ ଯୋଗଦେବା ପାଇଁ ଉଭୟ  ୧୪ ମେ ରେ କରିମନଗରରେ ପହଞ୍ଚିବାକୁ ଯାଉଥିଲେ|କିନ୍ତୁ ସେଠାରେ ହଠାତ୍‌ ଦୁର୍ଘଟଣା ହୋଇଥିଲା। ବର୍ତ୍ତମାନ ଅଦା ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ୱାସ୍ଥ୍ୟ ଅପଡେଟ୍ ଦେଇଛନ୍ତି। ଅଦା ଶର୍ମା ଟ୍ୱିଟ୍ କରି ପ୍ରଶଂସକଙ୍କୁ କହିଛନ୍ତି ଯେ ଚିନ୍ତା କରିବାର କିଛି ନାହିଁ ମୁଁ ଭଲ ଅଛି। ପୁରା ଟିମ୍‌ ଏବଂ ଆମେ ସମସ୍ତେ ଭଲରେ ଅଛୁ। କିଛି ଗମ୍ଭୀର ନାହିଁ ।

ଆପଣ ସମସ୍ତେ ଆମ ବିଷୟରେ ପ୍ରକାଶ କରିଥିବା ଚିନ୍ତା ପାଇଁ ଧନ୍ୟବାଦ ।ସୂଚନାଯୋଗ୍ୟ,‘ଦ କେରଲା ଷ୍ଟୋରି’ ଏବେବି ବିବାଦ ଘେରରେ ରହିଛି। କିଛି ରାଜ୍ୟର ଏହାର ରିଲିଜକୁ ନେଇ ବିରୋଧ କରାଯାଇଥିବା ବେଳେ କିଛି ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ତେବେ ରିଲିଜର ମାତ୍ର ୯ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି।

Leave a comment