ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ପୱନ୍ କଲ୍ୟାଣ

ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୫୫ ବର୍ଷୀୟ ପୱନ୍ କଲ୍ୟାଣଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଆନ୍ନା କୋନିଡେଲା ୧୩ ବର୍ଷର ବିବାହିତ ଜୀବନ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଦୁହେଁ ପରସ୍ପର ସମ୍ମତିରେ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।ରିପୋର୍ଟ ଅନୁଯାୟୀ, ପବନ କଲ୍ୟାଣ ଓ ଆନ୍ନାଙ୍କ ପକ୍ଷରୁ ଏକ ଯୁଗ୍ମ ବିବୃତି ଜାରି କରାଯାଇଛି। ଏଥିରେ ସେମାନେ କହିଛନ୍ତି ଯେ, ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ବର୍ଷ ସେମାନେ ଏକାସାଙ୍ଗରେ କାଟିଛନ୍ତି। କିନ୍ତୁ ଏବେ ପରସ୍ପର ସମ୍ମାନ ଓ ବୁଝାପଡ଼ାରେ ଅଲଗା ହେବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।ବିବାହିତ ସମ୍ପର୍କ ଶେଷ ହେଉଥିଲେ ମଧ୍ୟ ଦୁହେଁଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସମ୍ମାନ ଜାରି ରହିବ ବୋଲି ବିବୃତିରେ କୁହାଯାଇଛି।୨୦୧୩ରେ ପୱନ କଲ୍ୟାଣ ଓ ଆନ୍ନା ହଜାରେ ବିବାହ କରିଥିଲେ । ପୱନ କଲ୍ୟାଣ ଏବଂ ଆନ୍ନା କୋନିଡେଲା ୨୦୧୧ ରେ ଚଳଚ୍ଚିତ୍ର ‘ତିନ ମାର’ ସମୟରେ ସାକ୍ଷାତ ହୋଇଥିଲେ। ପ୍ରାୟ ଦୁଇ ବର୍ଷ ପରେ, ସେପ୍ଟେମ୍ବର ୨୦୧୩ରେ, ଦୁହେଁ ବିବାହ କରିଥିଲେ । ଆନ୍ନା ମୂଳତଃ ଋଷିଆ ବାସିନ୍ଦା । ଏହି ବିବାହରୁ ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ।ପୱନ କଲ୍ୟାଣଙ୍କର ଏହା ଥିଲା ତୃତୀୟ ବିବାହ । ସେ ପ୍ରଥମେ ୧୯୯୭ ମସିହାରେ ନନ୍ଦିନୀଙ୍କୁ ବିବାହ କରିଥିଲେ। ତେବେ ୨୦୦୮ରେ ଏହି ଦମ୍ପତି ଛାଡପତ୍ର ନେଇଥିଲେ। ଏହା ପରେ ୨୦୦୯ରେ ସେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ରେଣୁ ଓ ପୱନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା ଏବଂ ୨୦୧୨ ରେ ସେମାନେ ଛାଡପତ୍ର ପାଇଥିଲେ। ଏହାପରେ ୨୦୧୩ରେ ପବନ ଆନ୍ନାଙ୍କୁ ବିବାହ କରିଥିଲେ ।ତେବେ ପବନ କଲ୍ୟାଣ ଓ ଆନ୍ନା କୋନିଡେଲାଙ୍କ ଅଲଗା ହେବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବେ ପ୍ରକାଶ କରାଯାଇନାହିଁ।