ଏମ୍ସ କର୍ମଚାରୀ ହତ୍ୟା : ମାଷ୍ଟର ମାଇଣ୍ଡ ଗିରଫ
୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ସୂଚନାମୁତାବକ ଗତ ମାସ ୧୩ତାରିଖରେ ସୁଧାଂଶୁଙ୍କୁ ପଏଣ୍ଟ ବ୍ୟାଙ୍କରୁ ଗୁଳି କରିଥିଲା ଅଭିଯୁକ୍ତ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଏବେ ବନ୍ଧା ହୋଇଛି ସଦାଶିବ ପ୍ରଧାନ ଓରଫ ଶିବା ।
