ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ଥିଲେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିଳ୍ପପତି, ଓଡିଶାକୁ ଭଲ ପାଉଥିବା ରାଜନେତା । ଓଡିଶା ମାଟିର ଗୌରବ ଏବଂ ଦେଶର ସମ୍ମାନ ପାଇଁ ସେ ସର୍ବଦା ଲଢେଇ କରୁଥିଲେ ।ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ । ଓଡିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକ ସଂକଳ୍ପ ଏବଂ ସ୍ବପ୍ନକୁ ନେଇ ଆମ ସରକାର ମଧ୍ୟ ସମୃଦ୍ଧ ଓଡିଶା ଗଠନ କରିବାକୁ କାର୍ଯ୍ୟ କରୁଛି । ଓଡିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବିଜୁ ବାବୁ ଙ୍କର ଯେଉଁ ସ୍ବପ୍ନ ଅଧୁରା ରହିଯାଇଛି, ସେହି ସପ୍ନକୁ ପୁରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି, ସ୍ୱାଧୀନତା ସଂଗ୍ରାମ ଓ ଆଧୁନିକ ଓଡିଶା ଗଠନର ମୁଖ୍ୟ ପୁରୋଧାଙ୍କୁ ମନେ ପକାଉଛି ଆସି ସାରା ଭାରତବର୍ଷ । ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଆଜି ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।